ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ଜାରି କରି କୁହାଯାଇଛି ଯେ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଅନ୍ୟ ସ୍ଥାନକୁ ଚାହିଁଲେ ଯିବା ଆସିବା କରିପାରିବେ । ଶ୍ରମିକଙ୍କୁ ଶିଳ୍ପ, ନିର୍ମାଣ ଓ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ କରାଯାଇପାରିବ । କୃଷି ଓ ନରେଗା କାମ ମଧ୍ୟ କରିପାରିବେ ।
ବସ୍ରେ ଯାତ୍ରା ବେଳେ ଶ୍ରମିକମାନେ ସାମାଜିକ ଦୂରତା ବଜାୟ ରଖିବେ । ପରେ ବ୍ୟବହାର ହୋଇଥିବା ବସ୍ଗୁଡିକୁ ବିଶୋଧନ କରାଯିବ। ଶ୍ରମିକମାନେ ଯେଉଁ ସଂସ୍ଥା ତଥା କମ୍ପାନୀ ପାଇଁ କାମ କରୁଛନ୍ତି ତାହାର କର୍ତ୍ତୃ ପକ୍ଷ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବେ ।
ଏପ୍ରିଲ ୨୦ ଅର୍ଥାତ ଆସନ୍ତାକାଲି ଠାରୁ କେନ୍ଦ୍ର ଓ ଗୃହ ମନ୍ତ୍ରାଳୟର ଏହି ନିର୍ଦ୍ଦେଶ ଲାଗୁ ହେବ । ତେବେ ଅବରୋଧ ଅଂଚଳରେ ଥିବା ଶ୍ରମିକଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଏସ୍ଓପିରେ ଜାରି କରି ସ୍ପଷ୍ଟ କରାଯାଇଛି ଯେ, କରୋନା ଲକ୍ଷଣ ନଥିବା ଶ୍ରମିକମାନଙ୍କୁ ସ୍କ୍ରିନିଂ କରି କାମ ପାଇଁ ଅନୁମତି ଦିଆଯିବ । ତେବେ ବର୍ତ୍ତମାନ ସ୍ଥିତିରେ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.