Latest Odisha News

BREAKING NEWS

ଘସିପୁରାରୁ ନିର୍ବାଚନ ଲଢିବେ କି ସୌମ୍ୟ ?

ଭୁବନେଶ୍ବର: ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବେ କି ସୌମ୍ୟରଞ୍ଜନ ପଟ୍ଟନାୟକ। ଘଟଗାଁରେ ମାଆ ତାରିଣୀଙ୍କ ଦର୍ଶନ କରିବା ଅବସରରେ ଏନେଇ ଇଙ୍ଗିତ କରିଛନ୍ତି ସୌମ୍ୟ । ଘସିପୁରାରୁ ଲଢିବାକୁ ତାଙ୍କୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏପରିକି ସ୍ଥାନୀୟ ଲୋକେ ବି ତାଙ୍କୁ ଲଢିବାକୁ କହୁଛନ୍ତି । ତେବେ ତାଙ୍କର ରାଜନୈତିକ ଗତି କୁଆଡେ ହେବ, ସେନେଇ ସଦବୁଦ୍ଧି ଦେବାକୁ ସେ ମାଆ ତାରିଣୀଙ୍କ ଦର୍ଶନ କରିବାକୁ ଆସିଥିବା ସୌମ୍ୟ କହିଛନ୍ତି ।

ଗତ ସେପ୍ଟେମ୍ବର ୨୧ରେ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିଦା ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରଥମେ ଦଳର ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଇବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେ ବିଜେପିରେ ମିଶିବା ସହ ଘସିପୁରାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଘସିପୁରାରୁ ଲଗାତର ଜିତି ଆସୁଛନ୍ତି ବିଜେଡିର ଭେଟେରାନ୍ ନେତା ବଦ୍ରି ନାରାୟଣ ପାତ୍ର । ଏଥର ବି ତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସୌମ୍ୟ ବିଜେପିରୁ ପ୍ରାର୍ଥୀ ହେଲେ ବଦ୍ରି ଓ ସୌମ୍ୟଙ୍କ ରୋଚକ ମୁକାବିଲା ଦେଖିବାକୁ ମିଳିପାରେ । ତେବେ ବିଜେଡି ଏଯାଏଁ କାହିଁକି ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନି, ତା ପଛରେ କଣ ରହସ୍ୟ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ।

Leave A Reply

Your email address will not be published.