Latest Odisha News

ବିଷମକଟକରେ ଜଗନ୍ନାଥ ବନାମ ଜଗନ୍ନାଥ

ଭୁବନେଶ୍ବର: ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଦୁଇ ଜଗନ୍ନାଥଙ୍କ ଲଢେଇ । ବିଜେଡିରୁ ଜଗନ୍ନାଥ ସାରକା ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ଜଗନ୍ନାଥ ନୁଣ୍ଡରୁକା ଓ କଂଗ୍ରେସରୁ ନୀଳମାଧବ ହିକ୍କାଙ୍କୁ ମିଳିଛି ଟିକେଟ । ଗତ ଦୁଇଟି ନିର୍ବାଚନରେ ବିଷମକଟକରୁ ଜିତି ଆସୁଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା। ୨୦୧୯ରେ ସେ କଂଗ୍ରେସର ନୀଳମାଧବ ହିକକାଙ୍କୁ ୧୩ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏଥର ବିଜୟର ହ୍ୟାଟ୍ରିକ ଲଗାଇବାକୁ ଉଦ୍ୟମ କରୁଛନ୍ତି ଜଗନ୍ନାଥ ସାରକା । ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଗତ ୧୦ବର୍ଷରେ ନିଜ ରିପୋର୍ଟ କାର୍ଡ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସାରକା ।

ବିଜେଡିରୁ ଟିକେଟ୍ ଆଶାୟୀ ଥିବା ଜଗନ୍ନାଥ ନୁଣ୍ଡରୁକା ନିରାଶ ହେବା ପରେ ବିଜେପିକୁ ଯାଇଥିଲେ। ବିଜେପିରୁ ସେ ଏଥର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପତ୍ନୀ ଦୁଃଖିନୀ ନୁଣ୍ଡରୁକା ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ନୁଣ୍ଡରୁକା ଦମ୍ପତ୍ତିଙ୍କର ଭଲ ସଂଗଠନ ରହିଛି । ଜଗନ୍ନାଥ ସାରକାଙ୍କ ବିଜୟ ରଥରେ ବ୍ରେକ୍ ଲଗାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି ଜଗନ୍ନାଥ ନୁଣ୍ଡରୁକା।

କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ନୀଳମାଧବ ହିକକା । ତାଙ୍କ ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସ ଦୁଇ ଭାଗ ହୋଇଥିବା ବେଳେ ଦଳର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରୁଛନ୍ତି । ଏପରିକି ନୀଳମାଧବ ହିକକାଙ୍କ ପ୍ରାର୍ଥୀତ୍ବ ପାଇଁ ସାଂସଦ ସପ୍ତଗିରି ଉଲାକାଙ୍କୁ ମଧ୍ୟ ବିରୋଧ କରାଯାଇଥିଲା । କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ନୀଳମାଧବ ଉଲାକା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି  ।

Leave A Reply

Your email address will not be published.