Latest Odisha News

BREAKING NEWS

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ପକ୍ଷରୁ ଦୁଇଦିନିଆ ମାତୃଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ “ସମ୍ବାଦ”ରେ ପ୍ରକାଶ ପାଉଥିବା ସ୍ତମ୍ଭ ଆମ ଘରର ହାଲଚାଲ ପାଇଁ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହିତ ବହୁ ବିଶିଷ୍ଟ ବ୍ୟକ୍ତି , ଅନୁଷ୍ଠାନ ଓ ଯୁବ ପ୍ରତିଭାଙ୍କୁ ପ୍ରବାସୀ ଭାଷା ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି।

ଏହି ସମ୍ମିଳନୀରେ ୪୦ରୁ ଉର୍ଦ୍ଧ୍ବ ଦେଶ ଏବଂ ସମସ୍ତ ୬ ଟି ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧି ମାନଙ୍କୁ ନେଇ ୭ ଟି ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଓଡ଼ିଆ ଭାଷାର ବିକାଶ ପାଇଁ ବିଚାର ବିମର୍ଷ କରାଯାଇଛି ।

ଏହି ଅବସରରେ ଡ .ଜଗନ୍ନାଥ ପ୍ରସାଦ ଦାସଙ୍କୁ ଆମ ଗୌରବ ସମ୍ମାନ , ଭାଗିରଥି ଦାସ , ଶ୍ୟାମାମଣି ଦେବୀ , ଇଲିଆନା ସୀତାରିଷ୍ଟ , ପ୍ରଭାକର ସ୍ୱାଇଁ, ଯତୀନ୍ଦ୍ର ନାୟକ, ପ୍ରଦ୍ୟୁମ୍ନ ଶତପଥୀ,ଡ଼.ହରପ୍ରସାଦ ମିଶ୍ର , ଡ଼ଃ. ସରୋଜ ସିଂହ , ଡ଼ଃ. ବିଜୟ ବିଶ୍ୱାଳ, ଡ଼ଃ ପାବକ କାନୁନଗୋ, ଜ୍ଞାନ ଚାନ୍ଦ ଆଚାର୍ଯ୍ୟ, ସମୀର ରଞ୍ଜନ ମହାନ୍ତି , ସମୀର ରିଷୁ ମହାନ୍ତି ଏବଂ ପ୍ରଶାନ୍ତ ଭୂୟାଁଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ଦୈନିକ ସମ୍ବାଦ ପତ୍ର ପ୍ରମେହ ଓ କୋରାପୁଟ ସାହିତ୍ୟ ମହୋତ୍ସବକୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ପରିଚାଳନା ସୋନାଲି ସ୍ୱାଇଁ, ବି ନାରାୟଣ ଷଡ଼ଙ୍ଗୀ, ଶ୍ରୀସିକ୍ତା ଶୁଭ ଦର୍ଶୀନୀ ଓ ଶ୍ୟାମାନୁଜ ଦାସ କରିଥିଲେ।

Comments are closed.