Latest Odisha News

BREAKING NEWS

ଏହି ଦିନ ମୁକ୍ତିଲାଭ କରିବ ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ‘ମୁମ୍ବାଇ ସାଗା’

ନୂଆଦିଲ୍ଲୀ: ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୁମ୍ବାଇ ସାଗା’ର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ୧୯ ମାର୍ଚ୍ଚ ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆସନ୍ତାକାଲି, ଅର୍ଥାତ୍‌ ଫେବୃଆରୀ ୨୪ ରେ ଫିଲ୍ମର ଟିଜର ରିଲିଜ ହେବ।

ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମି ମୁମ୍ବାଇ ସାଗାରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବେ।

ତରନ ଆଦର୍ଶ ‘ମୁମ୍ବାଇ ସାଗା’ର ରିଲିଜ ତାରିଖ ସୂଚନା ଟ୍ୱିଟରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ଜନ୍ ଆବ୍ରାହମ୍ – ଇମ୍ରାନ୍ ହାଶ୍ମି: # ମୁମ୍ୱାଇସାଗା ରିଲିଜ୍ ତାରିଖ + ଟିଜର ଟୁମରୋ …। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଗୁପ୍ତା।

Leave A Reply

Your email address will not be published.