Latest Odisha News

BREAKING NEWS

ସୌରଭଙ୍କ ବାୟୋପିକ୍‌ରେ ଦାଦାଙ୍କ ସ୍ଥାନ ନେବେ ରଣବୀର!

ନୂଆଦିଲ୍ଲୀ: ଅନେକ ବଡ ବଡ କ୍ରିକେଟ୍‌ କିମ୍ବଦନ୍ତୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେଇଛି। ସେଥିମଧ୍ୟରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନ ଅନ୍ୟତମ। ଏବେ ପାଳି ପଡ଼ିଛି ଭାରତୀୟ ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର। ଦାଦାଙ୍କ ଜୀବନୀକୁ ନେଇ ଖୁବ୍‌ ଶୀଘ୍ର ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି।

ଭାରତର କ୍ରିକେଟ୍ ବୋର୍ଡର ସଭାପତି ତଥା ପୂର୍ବତନ କ୍ରିକେଟ ଅଧିନାୟକ ଏହି ପ୍ରୋଜେକ୍ଟ ପାଇଁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଏହା ଏକ ବିଗ୍‌ ବଜେଟ୍ ମୁଭି ହେବ। ଆନୁମାନିକ ଏଥିପାଇଁ ୨୦୦ରୁ ୨୫୦ କୋଟି ଟଙ୍କା ବ୍ୟୟ ହେବ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦାଦାଙ୍କ ଭୂମିକା ପାଇଁ କାହାକୁ ଚୟନ କରାଯିବ। ଅନେକ ଅଭିନେତା ଏହି ଦୌଡରେ ସାମିଲ୍‌ ହୋଇଛନ୍ତି କିନ୍ତୁ ଶୀର୍ଷରେ ରହିଛନ୍ତି ରଣବୀର କପୁର।  ବିଶେଷ ସୂତ୍ର ଅନୁଯାୟୀ ଏଥିପାଇଁ ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବା ନେଇ ଅନୁମାନ କରାଯାଉଛି।

Leave A Reply

Your email address will not be published.