Latest Odisha News

BREAKING NEWS

ପଛୁଆ ଜିଲ୍ଲାରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଶିକ୍ଷାଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅନଲାଇନ୍ ଶିକ୍ଷା ବ୍ୟାବସ୍ତାର ବିଫଳ ଚିତ୍ର । ଲକ୍ ଡାଉନ୍ ପରେ ଅନ ଲାଇନରେ ଶିକ୍ଷା ପ୍ରଦାନ କରିବା ଲାଗି ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ପଛୁଆ ଜିଲ୍ଲାରେ  ନେଟୱାର୍କ ନାହି କି ଗରିବ ବାପା ମାଆଙ୍କ ମୋବାଇଲ ଫୋନ କିଣିବା ଲାଗି ଅର୍ଥ ନାହି ସେଠାକାର ପିଲାଏ ପାଠ ପଢିବେ କିପରି ତାହା କିନ୍ତୁ ଚିନ୍ତା କରିନାହାନ୍ତି ସରକାର । ଏଭଳି ସ୍ଥିତିରେ ହାତକୁ ବାନ୍ଧି ନରଖି ଗାଁ ଗାଁରେ ଯାଇ ଆଦିବାସି ପିଲାଙ୍କୁ ଗତ ଛଅ ମାସ ଧରି ପାଠ ପଢାଉଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ ।ଗଛ ତଳେ ବସି ଶିକ୍ଷାଦାନ । ମାଲକାନଗିରି ସିମାନ୍ତ ସୁକୁମା ଜିଲ୍ଲାରେ ଶିକ୍ଷା ବ୍ୟାବସ୍ତା ଏଭଳି କିଛି ନିଆରା ଚିତ୍ର ଦେଖିବାକୁ ମିଳିଛି । ପ୍ରତି ଦିନ ୫ଟି ଗାଁକୁ ଯାଇ ଆଦିବାସି ପିଲାଙ୍କୁ ଦୁଇ ଘଣ୍ଟା ଲେଖାଏ ପାଠ ପଢାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ ଜଣକ । ହେଲେ ଦିନେ କି ଦୁଇ ଦିନ ନୁହେ ଗତ ଛଅ ମାସ ଧରି ଏମିତି ଗାଁ ଗାଁ ବୁଲି ଗରିବ ଆଦିବାସି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଦିବ୍ୟାଙ୍ଗ ଶିକ୍ଷକ ରାମ କୁମାର ।ପଛୁଆ ଜିଲ୍ଲାରେ ସରକାରଙ୍କ ଅନଲାଇନ୍ ଶିକ୍ଷା ବ୍ୟବସ୍ତା ଫେଲ୍ ମାରିଥିବା ବେଳେ ଏଭଳି ନିଆରା ଶିକ୍ଷା ବ୍ୟବସ୍ତା ସମସ୍ତଙ୍କ ପାଇଁ ଏବେ ଏକ ଉଦାହରଣ ନିଶ୍ଚିତ । ଦେଖିବା ଓଡିଶା ସମ୍ବାଦର ଏକ୍ସକ୍ଲୁସିଭ ରିପୋର୍ଟ………..

 

Leave A Reply

Your email address will not be published.