କୋଲକାତା: ବିସିିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ଭାଇରସ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି । ସେ ଦୈନିକ ୧୦ ହଜାର ଲୋକଙ୍କ ଖାଦ୍ୟ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । ସେ ଇସ୍କନର କୋଲକାତା ସେଣ୍ଟରର ସହଭାଗିତାରେ ପ୍ରତିଦିନ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି। ଲକଡାଉନ ଯେତିଦିନ ଯାଏ ଜାରି ରହିବ ଦାଦା ଏହି ୧୦ ହଜାର ଲୋକଙ୍କ ଖାଇବା କଥା ବୁଝିବେ। ଗାଙ୍ଗୁଲିଙ୍କ ଏହି ଘୋଷଣା ପୂର୍ବରୁ ଇସ୍କନ ପ୍ରତିଦିନ ୧୦ ହଜାର ଲୋକଙ୍କୁ ଖାଇବାକୁ ଦେଉଥିଲା। ହେଲେ ଏବେ ୨୦ ହଜାର ଲୋକଙ୍କୁ ଇସ୍କନ ଖାଇବାକୁ ଦେବ ।
କୋଲକାତା ଇସ୍କନର ଉପ-ସଭାପତି ରାଧାରମଣ ଦାସ କହିଛନ୍ତି, ସୌରଭ ଆମକୁ ସବୁ ପ୍ରକାରର ସହଯୋଗ କରିଛନ୍ତି। ସେ କରିଥିବା ଦାନ ଯୋଗୁ ଆମେ ଏବେ ପ୍ରତିଦିନ ୨୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇପାରିବୁ।” ଏହାପୂର୍ବରୁ ଗାଙ୍ଗୁଲି ବେଲୁର ମଠକୁ ୨୦ ହଜାର କେଜି ଚାଉଳ ଦାନ କରିଥିଲେ।
Comments are closed.