Latest Odisha News

BREAKING NEWS

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ; ସେମିଫାଇନାଲରେ ଯିବେ ଏହି ୪ ଦଳ

ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ  ଦୁବାଇରେ ଖେଳିବ।

ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ସେମିଫାଇନାଲରେ କିଏ ଯିବ, ସେନେଇ ଭବିଷ୍ୟବାଣୀ କରିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ଚାରୋଟି ଦଳ ସେମିଫାଇନାଲିଷ୍ଟ ହେବେ। ତେବେ ସେ ଚାରି ସେମିଫାଇନାଲିଷ୍ଟ ଟିମ ମଧ୍ଯରେ ପ୍ରଥମେ ଟିମ୍ ଇଣ୍ଡିଆ ଓ ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ରହିଛନ୍ତି। କିନ୍ତୁ ଏହି ତାଲିକାରେ ଗାଙ୍ଗୁଲି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦଳକୁ ସାମିଲ କରିନାହାନ୍ତି। ତେବେ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ କେତେ ଦୂର ସଠିକ ହେବ ତାହା ଦେଖିବା ଅତି ରୋମାଞ୍ଚକର ହେବ।

ଉଲ୍ଲେଖଯୋଗ୍ୟ, ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ  ଆରମ୍ଭ ହେବା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବୃଆରୀରେ ଦୁବାଇରେ ଖେଳିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ୨୩ ଫେବୃଆରୀରେ ପାକିସ୍ତାନ ବିପକ୍ଷରେ ହେବ। ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ ୯ ମାର୍ଚ୍ଚରେ ହେବ।

Comments are closed.