Latest Odisha News

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ

ବ୍ରହ୍ମପୁର : ଓଡ଼ିଆ ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ କାହ୍ନୁଚରଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି, ଓଡ଼ିଆ ଭାଷା, ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରେମାନନ୍ଦ ମହାପାତ୍ର, ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ସମେତ ଦେବାଶିଷ ମହାପାତ୍ର, ବନମାଳୀ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଆ ଭାଷାର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ ।

ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀମାନଙ୍କ ସମେତ ଅଧ୍ୟାପକ ରବୀନ୍ଦ୍ର କୁମାର ପ୍ରଧାନ , ଅଧ୍ୟାପିକା ନୀତା ଦୁବେ ଏବଂ ଅଧ୍ୟାପକ ଗୁପ୍ତସାଗର ସାହୁ ପ୍ରମୁଖଙ୍କ ସହଯୋଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଷାବିତ ଶ୍ରୀ ହାପାତ୍ର ପୁରସ୍କାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୈଳାଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.