Latest Odisha News

ସାଇନାଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ

ମୁମ୍ବାଇ: ଅଲିମ୍ପିକ ପଦକ ବିଜେତା ସାଇନା ନେହ୍ୱାଲଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଫସିଥିବା ତାମିଲ ଅଭିନେତା ଶେଷରେ ଚାପରେ ପଡି କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପତ୍ର ଲେଖି ସେ ସାଇନାଙ୍କୁ କ୍ଷମା ମାଗିବା ସହ, ମୋ ପାଇଁ ସର୍ବଦା ତୁମେ ଚାମ୍ପିୟନ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି । କିଛି ଦିନ ତଳେ ଆପଣଙ୍କ ଟୁଇଟର ଏକ ଜବାବରେ ଯାହା କିଛି ଲେଖିଥିଲି ତାହା ବିବାଦ ସୃଷ୍ଟି କରିଛି ।

BjdElectrycity

ହୁଏତ ମୁଁ ଆପଣଙ୍କ କୌଣସି କଥାରେ ସହମତି ନ ହୋଇପାରେ କିନ୍ତୁ ଏହାର ଜବାବରେ ମୁଁ ଯାହା ଲେଖିଥିଲି, ତାହା ଗ୍ରହଣୀୟ ହୋଇପାରି ନଥିଲା । ଏହି ଖରାପ ଜୋକ ପାଇଁ ମୁଁ କ୍ଷମା ମାଗୁଛି । ଆଶା କରୁଛି ଏହି ପତ୍ରକୁ ଗ୍ରହଣ କରି ସମସ୍ତ ଘଟଣାକୁ ପଛରେ ପକାଇ ଆଗକୁ ବଢ଼ିପାରିବା ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.