Latest Odisha News

BREAKING NEWS

ଓଡ଼ିଶାରେ ଆହୁରି ଦୁଇ ମାସ ଯାଏ ବଢ଼ିବ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ୯ ହଜାର ମୁହାଁ ହେଲାଣି ଦୈନିକ କରୋନା କେସ୍ । ଆହୁରି ଦୁଇ ମାସ ଯାଏ ରାଜ୍ୟରେ ବଢ଼ିବା ଅବସ୍ଥାରେ ରହିବ କରୋନା ଟ୍ରେଣ୍ଡ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୪ରୁ ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ୟ ଦେଶରେ ବି ସଂକ୍ରମଣ ବଢୁଛି । ଆକ୍ରାନ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ରହୁଛି । ତେବେ ମୃତ୍ୟୁ, ହସ୍ପିଟାଲାଇଜେସନ୍‌, ଆଇସିୟୁ ଆବଶ୍ୟକତା କମ୍‌ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କଡ଼ାକଡ଼ି ହେଉଛି ସର୍ଭିଲାନ୍ସ ।

Leave A Reply

Your email address will not be published.