Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଆଇପିଏଲର ଦାମୀ ଖେଳାଳି

କେପଟାଉନ: ଆଇପିଏଲର ଦାମୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇପିଏଲର ୨୦୨୧ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ଫେଜ ୧ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫେଜ ୨ରେ ନିରାଶ କରିଥିଲେ ।

ରାଜସ୍ଥାନ ଏଥର ତାଙ୍କୁ ରିଲିଜ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୦୨୧ ଟି୨୦ ବିଶ୍ୱକପ ଦଳରେ ସେ ସ୍ଥାନ ପାଇ ନ ଥିଲେ । ଏଥିରେ ନିରାଶ ହୋଇ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ୩୪ ବର୍ଷୀୟ ମୋରିସ ଇନଷ୍ଟାଗ୍ରାମରେ ଏ ନେଇ ସୂଚନା ଦେଇଥିଲେ । ସେ ଏବେ ଘରୋଇ ଟିମ ଟାଇଟାନ୍ସର କୋଚ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.