ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ କେଉଁ କେଉଁ ଦଳ ପ୍ରବେଶ କରିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ ସେମି ଫାଇନାଲରେ ପ୍ରବେଶ କରି ସାରିଥିଲେ । ଶନିବାର ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମ୍ୟାଚ ଉପରେ ଆଫଗାନିସ୍ତାନର ଭାଗ୍ୟ ନିର୍ଭର କରୁଥିଲା । ମାତ୍ର ତାହା ସମ୍ଭବପର ହୋଇ ନ ଥିଲା । ଦକ୍ଷିଣ ଆଫ୍ରିକା ୪ର୍ଥ ଦଳ ଭାବେ ଏବେ ସେମିଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ ଆଫ୍ରିକା ଯଦି ୨୦୭ ରନ ବ୍ୟବଧାନରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲେ ଆଫଗାନିସ୍ତାନ ସେମିରେ ପ୍ରବେଶ କରିଥାନ୍ତା ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ସମସ୍ତ ୫୦ ଓଭର ମଧ୍ୟ ଖେଳିପାରି ନାହିଁ । ୧୭୯ ରନରେ ଦଳ ଅଲଆଉଟ ହୋଇଯିବା ଫଳରେ ଏବେ ସ୍ୱତଃ ଦକ୍ଷିଣ ଆଫିକା ସେମିକୁ ଉନ୍ନୀତ ହୋଇଛି । ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଲିଗ ମ୍ୟାଚ ଖେଳାଯିବ । ଏହା ପରେ କେଉଁ ଦଳ କାହା ସହିତ ସେମିରେ ମୁକାବିଲା କରିବ ତାହା ସ୍ପଷ୍ଟ ହେବ ।
Comments are closed.