Latest Odisha News

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଟେଷ୍ଟରେ ସର୍ବନିମ୍ନ ସ୍କୋର: ସିରାଜଙ୍କ ଘାତକ ବୋଲିଂରେ ୫୫ରେ ଅଲଆଉଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ପେସ ବୋଲିଂ ବାହିନୀ ଘାତକ ବୋଲିଂ କରିଛନ୍ତି । ମହମ୍ମଦ ସିରାଜଙ୍କ ୬ ୱିକେଟ ବଳରେ ଟିମ ଇଣ୍ଡିଆ ୫୫ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରି ଦେଇଛି । ଯଶପ୍ରୀତ ବୁମରାହ ଓ ମୁକେଶ କୁମାର ୨ଟି ଲେଖାଁଏ ୱିକେଟ ନେଇଥିଲେ । ଭାରତ ବିପକ୍ଷରେ ଟେଷ୍ଟରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ୬୨ ରନରେ(୨୦୨୧,ୱାଙ୍ଖେଡ) ଅଲଆଉଟ ହୋଇଥିଲା । ସିରାଜ ୧୫ ରନରେ ୬ଟି ୱିକେଟ ନେଇ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି । ଏହା ପୂର୍ବରୁ ୧୮୯୬ ଓ ୧୯୨୪ରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସର୍ବନିମ୍ନ ୩୦ ରନ କରି ଅଲଆଉଟ ହୋଇଥିଲା ।

ଦକ୍ଷିଣ ଆଫ୍ରିକା ଟିମ ୨୩.୨ ଓଭରରେ ଅଲଆଉଟ ହୋଇ ଯାଇଥିଲେ । ଡେଭିଡ ବେଣ୍ଡଂହାମ ଓ କାୟଲେ ଭେରେନି ଯଥାକ୍ରମେ ୧୨ ଓ ୧୫ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଖବର ହସ୍ତଗତ ହେଲା ବେଳକୁ ଭାରତ ୨ ୱିକେଟ ବିନିମୟରେ ୯୪ ରନ କରି ୩୯ ରନର ଅଗ୍ରଣୀ ହାସଲ କରିନେଇଛି । ରୋହିତ ଶର୍ମା ୩୯ ଓ ଯଶସ୍ୱୀ ଜୈସୱାଲ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଶୁଭମନ ଗିଲ ୨୫ ଓ ବିରାଟ କୋହଲି ୧୬ ରନ କରି ଅପରାଜିତ ଅଛନ୍ତି ।

Leave A Reply

Your email address will not be published.