Latest Odisha News

BREAKING NEWS

ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ, ବସ୍ ରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ଵର: ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ଏଣିକି ସ୍କୁଲ୍ ବସ୍ କିମ୍ବା ଭ୍ୟାନର ଆଗ ଓ ପଛରେ ପ୍ରାଞ୍ଜଳ ଭାବରେ ‘ସ୍କୁଲ ବସ୍’ ଲେଖାଯିବ । ସେହିପରି ଭଡାରେ ଲାଗିଥିବା ସ୍କୁଲ ବସ୍ କିମ୍ବା ଭ୍ୟାନରେ ‘ ଅନ୍ ସ୍କୁଲ୍ ଡ୍ୟୁଟି’ ଲେଖା ରହିବ ।

ଏତଦବ୍ୟତୀତ ସ୍କୁଲ୍ ଗାଡି ଗୁଡିକରେ ଫାଷ୍ଟ-ଏଡ୍ କିଟ୍ ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ରହିବା ଜରୁରୀ । ସ୍କୁଲ ଗାଡି ଗୁଡିକର ଝରକା ଭୂସମାନ୍ତର ଗ୍ରିଲ୍ସ ସହ ଫିଟିଂ ରହିବା ଜରୁରୀ । ଓ ଗାଡିର ଡୋର ଗୁଡିକରେ ଭଲ ଏବଂ ନିର୍ଭର ଯୋଗ୍ୟ ତାଲା ଫିଟିଂ ହୋଥିବା ଜରୁରୀ ଅଟେ । ତାଛ’ଡା ସ୍କୁଲ ଗାଡି ଗୁଡିକର ବେଗ ଘଣ୍ଟାପ୍ରତି ୫୦ କିମି ବେଗରୁ ଯେପରି ଅଧିକ ହେବ ନାହିଁ ସେ ନେଇ ଗାଇଡଲାଇନରେ ଜାରି କରାଯାଇଛି ।

ସ୍କୁଲ ଗାଡିଗୁଡିକରେ ସ୍କୁଲ ନାଁ ଏବଂ ଫୋନ୍ ନମ୍ବର ରହିବା ଜରୁରୀ ଅଟେ । ସେହିପରି ଚାଳକଙ୍କର ବୈଦ୍ଧ ଲାଇସେନ୍ସ ସହ ଭାରିଯାନ ପାଇଁ ଅତି କମରେ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ପ୍ରତି ଗାଡି ଗୁଡିକରେ ଅତି କମ୍ ରେ ଜଣେ କଣ୍ଡକ୍ଟର ରହିବା ଆବଶ୍ୟକ । ଗାଡି ଗୁଡିକରେ ଥିବା ସିଟ୍ ତଳେ ପିଲାଙ୍କ ବ୍ୟାଗ୍ ରଖିବା ପାଇଁ ସ୍ଥାନ ରହିବ ।

ସେହିପରି ସ୍କୁଲ୍ ବସ୍ ପାଇଁ ସ୍କୁଲ କର୍ତ୍ତୁପକ୍ଷ ଏକ ଏସ୍କର୍ଟ ରଖିବା ଆବଶ୍ୟକ । ସମସ୍ତ ସ୍କୁଲ ଗାଡି ଗୁଡିକର ଫିଟନେସ୍ ସାର୍ଟିଫିକେଟ ଠିକ୍ ଏବଂ ବୈଦ୍ଧ ଥିବା ଜରୁରୀ  । ସେହିପରି ଗାଡି ଗୁଡିକର ଡ୍ରାଇଭର ଓ କଣ୍ଡକ୍ଟର ଉଚିତ୍ ୟୁନିଫର୍ମ ପିନ୍ଧିବା ଜରୁରୀ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

 

Leave A Reply

Your email address will not be published.