Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୃହତ ବିଜୟ

ପୁଣେ: ଚଳିତ ବିଶ୍ୱକପରେ କ୍ୱିଂଟନ ଡିକକ ଓ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଦକ୍ଷିଣ ଆଫ୍ରିକାକୁ ୧୯୦ ରନରେ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ୱିଲ ୟଙ୍ଗ ୩୩, ଡାରେଲ ମିଚେଲ ୨୪ ଓ ଶେଷ ଭାଗରେ ଗ୍ଲେନ ଫିଲିପ୍ସ ୬୦ ରନ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ କେଶବ ମହାରାଜା ୪ଟି,ମାର୍କେ ଜାନେଶନ ୩ଟି ଓ ଗେରାଲ୍ଡ କୋଏଟଜି ୨ଟି ୱିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୭ ମ୍ୟାଚରୁ ୧୨ ପଂଏଟ ହାସଲ କରି ଶୀର୍ଷ ସ୍ଥାନକୁ ଉନ୍ନୀତ ହେବା ସହ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି ।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା । ଜବରଦସ୍ତ ଫର୍ମରେ ଥିବା କ୍ୱିଂଟନ ଡି କକ୍ ୧୧୪ ଓ ରେସି ଭାନ ଡେର ଡୁସେନ ୧୩୩ ରନର ଇନିଂସ ଖେଳିଥିଲେ । ଏହା ପରେ ଡେଭିଡ ମିଲର ମଧ୍ୟ ଶେଷ ଭାଗରେ ଦ୍ରୁତ ବ୍ୟାଟିଂ କରି ୫୩ ରନ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସୌଥୀ ୨ଟି ଏବଂ ଟ୍ରେଂଟ ବୋଲ୍ଟ ଓ ଜେମ୍ସ ନୀଶମ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଡିକକ ବିଶ୍ୱକପରେ ୪ର୍ଥ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.