Latest Odisha News

BREAKING NEWS

ସମସ୍ତଙ୍କ ଆଗରେ ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର, ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ସର୍ବ ସମ୍ମୁଖରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଲେ ଅଭିନେତା ରଣବୀର ସିଂହ । ନିକଟରେ ଅମ୍ବାନିଙ୍କ ପାରିବାରିକ ପାର୍ଟିରେ ଏହା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ମୁକେଶ ଅମ୍ବାନିଙ୍କ ପାରିବାରିକ ପାର୍ଟି ଆୟୋଜନ କରାଯାଇଥିଲା । ଏଥିରେ ଅନେକ ଷ୍ଟାର ଓ ନାମୀଦାମୀ ଲୋକ ଯୋଗ ଦେଇଥିଲେ । ଏହି କ୍ରମରେ ରଣବୀର ଓ ଦୀପିକା ବି ପାର୍ଟିରେ ସାମିଲ ହୋଇଥିଲେ । ଏହି ସମୟରେ ଭିଡ଼ ମଧ୍ୟରେ ସମସ୍ତଙ୍କ ଆଗରେ ରଣବୀର ଦୀପିକାଙ୍କ ଗାଲରେ ଚୁମ୍ବନ ଦେଇଥିଲେ । ଯାହାକୁ ଦେଖି ପାର୍ଟିରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇଯାଇଥିଲେ । ଏହି ଘଟଣା ସମୟରେ ସାମ୍ନାରେ ଉପସ୍ଥିତ ଥିବା ନୀତା ଅମ୍ବାନୀ ବି ଦୀପିକାଙ୍କୁ ରଣବୀର ଚୁମ୍ଭନ ଦେଉଥିବା ଦେଖି ହସି ଦେଇଥିଲେ ।

ଦୁହିଁଙ୍କ ରୋମାଣ୍ଟିକ ମୁହର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ରଣବୀର ଓ ଦୀପିକାଙ୍କ ବୈବାହିକ ଜୀବନ ଭଲରେ ଚାଲି ନ ଥିବାର ଖବର ଉଠିଥିବାରୁ ଅଭିନେତା ନିଜର ଇମେଜ କଣ୍ଟ୍ରୋଲ କରିବା ପାଇଁ ଏଭଳି କରିଛନ୍ତି ।

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହଙ୍କ ବୈବାହିକ ଜୀବନ ଭଲ ଚାଲିନାହିଁ ବୋଲି ଖବର ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚା ଭିତରେ ଦୀପିକା ପାଦୁକୋନ ଓ ରଣବୀର କରଣଙ୍କ ଟକ୍ ସୋ’ରେ ଯୋଗ ଦେଇ ନିଜ ସଂପର୍କକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ଦୁହେଁ ତାଙ୍କ ଜୀବନରେ ଖୁସି ଥିବା କହିଥିଲେ । ତେବେ ଏଭଳି ଆଲୋଚନା ମଧ୍ୟରେ ଦୀପିକା ଓ ରଣବୀର ଦୁହେଁ ତାଙ୍କ ବୈବାହିକ ଜୀବନରେ ଖୁସିଥିବାର ଆଉ ଏକ ଉଦାହରଣ ନିକଟରେ ଆୟୋଜିତ ହୋଇଥିବା ଅମ୍ବାନିଙ୍କ ଭୋଜିରେ ଦେଇଥିଲେ ।

Leave A Reply

Your email address will not be published.