Latest Odisha News

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତର ଇନିଂସ ପରାଜୟ

ସେଂଚୁରିଆନ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୩୨ ରନରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୬ ଓ ଶୁଭମନ ଗିଲ ୨୬ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର ୪ଟି ୱିକେଟ ନେଇଥିବା ବେଳେ ମାର୍କୋ ଜାନେସନ ୩ଟି ଓ କାଗିସୋ ରାବାଡା ୨ଟି ୱିକେଟ ହାସଲ କରିଥିଲେ । ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୩୪.୪ ଓଭରରେ ଅଲଆଉଟ ହୋଇ ଯାଇଥିଲା । ପୂର୍ବରୁ କେଏଲ ରାହୁଲଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୨୪୫ ରନ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୦୮ ରନ ସଂଗ୍ରହ କରିଥିଲା । ଡିନ ଏଲଗାର ୧୮୫ ରନର ଇନିଂସ ଖେଳିଥିଲେ ।

ପ୍ରଥମ ଇନିଂସରେ ଘରୋଇ ଦଳ ୧୬୩ ରନର ଅଗ୍ରଣୀ ହାସଲ କରିଥିଲା । ଜବାବରେ ଟିମ ଇଣ୍ଡିଆ ୧୩୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପେସ ପିଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଦୂର୍ବଳତା ସମ୍ପୂର୍ଣ୍ଣ ଭାବେ ପଦାରେ ପଡି ଯାଇଥିଲା । ରାହୁଲ ଓ କୋହଲିଙ୍କ ବ୍ୟାଟିଂ ଯୋଗୁ ଏହି ଟେଷ୍ଟରେ ଭାରତର କିଛିଟା ସମ୍ମାନ ରହି ଯାଇଥିଲା । ସିରିଜର ଦ୍ୱିତୀୟ ଟେଷ୍ଟ ଜାନୁୟାରୀ ୩ରୁ କେପଟାଉନରେ ଖେଳାଯିବ । ସିରିଜ ପରାଜୟ ଏଡାଇବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.