Latest Odisha News

୪୦ ବର୍ଷରୁ କମ୍ ବୟସ୍କଙ୍କୁ ଆଟାକ୍ କରୁଛି ଓମିକ୍ରନ୍ !

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏବେ ୨୦ରୁ ଅଧିକ ଦେଶରୁ ନୂଆ ଭାରିଆଣ୍ଟ ଜନିତ କେସ୍ ସାମନାକୁ ଆସିଛି । ଅଧିକ ଗବେଷଣା ଚଳାଇଛନ୍ତି ବୈଜ୍ଞାନିକ । କେତେ ସଂକ୍ରାମକ ଓ ପ୍ରାଣଘାତୀ ଓମିକ୍ରନ୍ ? କାହାକୁ ବେଶୀ ଆଟାକ୍ କରୁଛି ? ଏଦିଗରେ ରିସର୍ଚ୍ଚ ଚାଲିଛି ।

ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଅନୁମାନ ଚିନ୍ତା ବଢ଼ାଇଛି । ବୈଜ୍ଞାନିକ ଅନୁମାନ କରୁଛନ୍ତି, ଓମିକ୍ରନ୍ ଯୁବକମାନଙ୍କୁ ଅଧିକ ସଂକ୍ରମିତ କରୁଛି । ଏଯାଏ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଓମିକ୍ରନ୍ ଜନିକ ସଂକ୍ରମିତଙ୍କ ବୟସ ୪୦ ବର୍ଷ ନହେଲେ ତାଠୁ କମ୍ । ଅନ୍ୟଦେଶରୁ ବି ଚିହ୍ନଟ ଆକ୍ରାନ୍ତଙ୍କ ବୟସ ୪୦ ଭିତରେ ହେବ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଆକ୍ରାନ୍ତ ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କର ବୟସ ୪୦ରୁ କମ୍ ବୋଲି ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଏହି ନୂଆ ଷ୍ଟ୍ରେନ୍ ବୃଦ୍ଧବୁଦ୍ଧାଙ୍କ ଉପରେ କିଭଳି ପ୍ରଭାବ ପକାଉଛି ତାହା ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଓମିକ୍ରନ୍ ଅଧିକ ସଂକ୍ରାମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତେଇ ଦେଇଛି । କାରଣ ଏହାର ୩୫ରୁ ୫୦ ଥର ଯାଏ ମ୍ୟୁଟେସନ୍ ହୋଇଛି । ନଭେମ୍ବର ୨୫ ତାରିଖରେ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାଁ ଦେଇଛି ଓମିକ୍ରନ୍ । ଏହାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବର୍ଗୀକରଣ କରାଯାଇଛି ।

Comments are closed.