Latest Odisha News

ଉଦଯାପିତ ହେଲା ସାଉଥ ଏସିଆନ ଗେମ୍ସ; ୩୧୨ଟି ପଦକ ସହିତ ରେକର୍ଡ କଲା ଭାରତ !

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ କ୍ରୀଡ଼ା (ସାଫ ଗେମ୍ସ) ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଛି । ସମୁଦାୟ ୩୧୨ଟି ପଦକ ସହିତ ଭାରତ ପଦକ ତାଲିକାର ଶୀର୍ଷରେ ରହିଛି । ଭାରତ ୨ୟ ଥର ଲାଗି ୩୦୦ଟି ପଦକ ହାସଲ କରିବା ସହିତ ସର୍ବାଧିକ ପଦକ ରେକର୍ଡ କରିବାର ଗୌରବ ଅର୍ଜନ କରିପାରିଛି ।

ନେପାଳରେ ଅନୁଷ୍ଠିତ ହେଉଥିବା ଏହି ସାଫ ଗେମ୍ସର ଆଜି ଥିଲା ଚୂଡ଼ାନ୍ତ ତଥା ଉଦଯାପନୀ ଦିବସ । ଆଜି ଭାରତୀୟ ମହିଳା ଫୁଟବଲ୍ ଦଳ ମଧ୍ୟ କ୍ରମାଗତ ୩ୟଥର ଲାଗି ସ୍ୱର୍ଣ୍ଣ ପଦକ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି ।

ଭାରତ ଏହି ପ୍ରତିଯୋଗିତାରେ ୧୭୪ଟି ସ୍ୱର୍ଣ୍ଣ ପଦକ, ୯୩ଟି ରୌପ୍ୟ ପଦକ ଏବଂ ୪୫ଟି କାଂସ୍ୟ ପଦକ ହାସଲ କରିବା ସହିତ ମୋଟ ୩୧୨ଟି ପଦକ ହାସଲ କରିପାରିଛି । ଭାରତ ପୂର୍ବରୁ ୨୦୧୬ ସାଫ ଗେମ୍ସରେ ଭାରତ ୩୦୦ରୁ ଅଧିକ ପଦକ ହାସଲ କରିପାରିଥିଲା । ମାତ୍ର ଏଥର ୩ଟି ଅଧିକ ପଦକ ହାସଲ କରିପାରିଛି ।

ଭାରତ ପଛକୁ ନେପାଳ ୨୦୬ଟି ପଦକ ଏବଂ ତୃତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କା । ଶ୍ରୀଲଙ୍କାକୁ ୨୦୬ଟି ପଦକ ମିଳିଥିବା ବେଳେ ପାକିସ୍ତାନକୁ ମିଳିଛି ୧୩୧ଟି ପଦକ ।

Leave A Reply

Your email address will not be published.