Latest Odisha News

BREAKING NEWS

ଓଡ଼ିଶାର ୩ଟି ଏନଜିଓ ଲାଗି ମଞ୍ଜୁର ହେଲା ୩୩ ଲକ୍ଷ ଟଙ୍କାର ସରକାରୀ ସହାୟତା

ଭୁବନେଶ୍ୱର/ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଅଚାନକ ଭଦ୍ରକ ସରକାରୀ ମୁଖ୍ୟ ଡ଼ାକ୍ତରଖାନା ପରିଦର୍ଶନରେ ଫଳସ୍ୱରୂପ ଭଦ୍ରକ ଚରମ୍ପାସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସେସ ଏଣ୍ଡ ରିସର୍ଚ୍ଚ (ସିଆରଏସଆର)କୁ ମିଳିଛି ସହାୟତା ରାଶି । ମାନସିକ ଅନଗ୍ରସର ବ୍ୟକ୍ତି (ଏମଆର, ସିପି, ଅଟିଷ୍ଟିକ ଓ ସ୍ପାସ୍ଟିକ) ଭଳି ଚିକିତ୍ସା ସେବା ଲାଗି ୩ଟି ସ୍ୱେଚ୍ଛାସେବୀ ଅନୁÂାନକୁ ୩୩ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର ହୋଇଥିବା ସୂଚନା ମିଳିଛି ।

୫ଟି ସଚିବ ଶ୍ରୀ ପାଣ୍ଡିଆନ ମଙ୍ଗଳବାର ଦିନ ଅଚାନକ ଭାବେ ଭଦ୍ରକସ୍ଥିତ ସିଆରଏସଆର ସେଣ୍ଟର୍ ପରିଦର୍ଶନ କରିବା ସହିିତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ପରଖିଥିଲେ । ଏଥିସହିତ ଅନୁÂାନ ପରିଦର୍ଶନ କରି ଭିନ୍ନକ୍ଷମ ପିଲାମାନଙ୍କ ସହିତ ଶ୍ରୀ ପାଣ୍ଡିଆନ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ।

ଯେଉଁ ୩ଟି ଅନୁÂାନଗୁଡ଼ିକୁ ଏହି ଅର୍ଥ ମଞ୍ଜୁର ହୋଇଛି ସେହି ଏନଜିଓ ଗୁଡ଼ିକ ହେଲା, ସିଆରସିଏସଆର ଶିବାଙ୍ଗିନୀ ଇନଷ୍ଟିଚୁ୍ୟଟ ଅଫ ଚାଇଲ୍ଡ ଡେଭଲପମେଣ୍ଟ୍ (ସିଆଇସିଡ଼ି) ଏବଂ ଇନଷ୍ଟିଚୁ୍ୟଟ ଫର ସେଲ୍ଫ ଏମ୍ଳଏମେଣ୍ଟ ଏଣ୍ଡ ରୁରାଲ୍ ଡେ଼ଭଲପମେଣ୍ଟ । ଏହିସବୁ ଏନଜିଓ ଗୁଡ଼ିକରେ ମାନସିକ ଅନଗ୍ରସର ରୋଗୀମାନଙ୍କର ରିହାବିଲିଟେସନ ସେଣ୍ଟର୍ ରହିଛି ।

ଏହି ଗସ୍ତକ୍ରମରେ ଶ୍ରୀ ପାଣ୍ଡିଆନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଅଚାନକ ଭାବେ ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅନେକ ରୋଗୀଙ୍କ ସହିତ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ।

ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ ତାରିଖରେ ଶାସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ୫ଟି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ଏଥିସହିତ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଗୁଡ଼ିକୁ ପରିଦର୍ଶନ କରି ସମସ୍ୟା ସମାଧାନ କରିବାକୁ ନିଦେ୍ର୍ଧଶ ପ୍ରଦାନ କରିଥିଲେ ।

ଏପରିକି ନଭେମ୍ବର ୨୭ରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅନାଥାଶ୍ରମ ଓ ଶିଶୁ ଭବନଗୁଡ଼ିକୁ ଅଚାନକ ପରିଦର୍ଶନ କରି ସମସ୍ୟା ସମାଧାନ ସହିତ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.