Latest Odisha News

BREAKING NEWS

ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ୧୧୧ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ଯାଜପୁର ବାସୁଦେବପୁରର । ତାଙ୍କ ବୟସ ୩୪ ବର୍ଷ । ସେ ନିକଟରେ କୋଲକତାରୁ ଫେରିଥିବା ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ କାମ ଜାରି ରହିଛି । ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଂଚିଛି ।

ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଂଚିଛି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ରାଜ୍ୟରେ ମୋଟ ୭୩ଟି କରୋନା ଆକ୍ଟିଭ କେସ୍ ରହିଥିବା ବେଳେ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜଣଙ୍କ ମୃତୁ୍ୟ ହୋଇଛି ।

Leave A Reply

Your email address will not be published.