Latest Odisha News

ଦକ୍ଷିଣ କୋରିଆରେ ବିରୋଧୀ ଦଳର ନେତାଙ୍କୁ ଛୁରୀରେ ଆକ୍ରମଣ

ବୁସାନ: ଦକ୍ଷିଣ କୋରିଆରେ ବିରୋଧୀ ଦଳର ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି । ପୋର୍ଟ ସିଟି ବୁସାନ ଗସ୍ତରେ ସେ ଏକ ପ୍ରେସ ସମ୍ମିଳନୀରେ କହୁଥିବା ବେଳେ ହଠାତ ଜଣେ ଅଜ୍ଞାତ ଲୋକ ଅଟୋଗ୍ରାଫ ନେବା ବାହାନା କରି ପାଖକୁ ଆସିବା ସହ ତାଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ । ସେ ଏଥିରେ ଗୁରୁତର ଭାବେ ଆହତ ହୋଇ ପଡିଥିଲେ । ଜେ ମ୍ୟୁଙ୍ଗଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠା ଯାଇଥିଲା । ପୋଲିସ ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିଛି । ସେ କେଉଁ କାରଣ ନେଇ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନି । ୫୯ ବର୍ଷୀୟ ମ୍ୟୁଙ୍ଗ ଡେମୋକ୍ରାଟିକ ପାର୍ଟିର ପ୍ରମୁଖ ନେତା । ଏହି ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ଭିଡିଓରେ ମ୍ୟୁଙ୍ଗ ଆଖି ବନ୍ଦ କରି ତଳେ ପଡିଥିବା ବେଳେ ରକ୍ତସ୍ରାବ ହେଉଥିବା ସ୍ଥାନରେ କିଛି ଲୋକ କପଡା ଚାପି ରଖିଛନ୍ତି । ଦକ୍ଷିଣ କୋରିଆରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗତ ବର୍ଷ ସେପ୍ଟେମ୍ବର ୧୮ରେ ସରକାରଙ୍କୁ ବିରୋଧ କରି ସେ ୧୯ ଦିନ ଅନାହରରେ ରହିଥିଲେ । ତାଙ୍କୁ ପରେ ଜୋର ଜବରଦସ୍ତ ଡାକ୍ତରଖାନାରେ ଭର୍ତି କରାଯାଇ ବଂଚା ଯାଇଥିଲା ।

Comments are closed.