Latest Odisha News

BREAKING NEWS

୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି

ସିଓଲ: ଚୀନ ପରେ ଦକ୍ଷିଣ କୋରିଆ କରୋନା ଭାଇରସ ଜାଲରେ ପଡି ଯାଇଥିଲା । ତେବେ ଉଚିତ ପଦକ୍ଷେପ ଯୋଗୁ ଦକ୍ଷିଣ କୋରିଆ କରୋନାକୁ ଜିତିବା ପାଇଁ ନିକଟତର ହେଲାଣି । ୨ ମାସ ପରେ ପ୍ରଥମ ଥର ପାଇଁ ଏଠାରେ ୨୦ରୁ କମ୍ ନୂଆ କେସ୍ ଆସିଛି । ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଶନିବାର ପ୍ରଥମ କରି ଏଠାରେ କରୋନା ପଜିଟିଭ ସଂଖ୍ୟା ରହିଥିଲା ୧୮ । ତେଣୁ ଗତ ୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ ପ୍ରଥମ କରି ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି ବୋଲି ଜଣାପଡିଛି ।

କୋରିଆ ସେଣ୍ଟରର୍ସ ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନର ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୬୫୩ । ଏବେ ସେଠାରେ ୨୩୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଫେବୃୟାରୀ ୨୯ରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦୯ ହୋଇଯିବା ପରେ ସରକାର କ୍ୱାରାଣ୍ଟାଇନ ଓ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାରୁ ଏବେ ଏହା କମ୍ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.