Latest Odisha News

BREAKING NEWS

୫ କୋଟି ଦକ୍ଷିଣ କୋରିଆ ଲୋକଙ୍କ ବୟସ ହଠାତ କମିଗଲା

ସିଓଲ: ଦକ୍ଷିଣ କୋରିଆର ୫କୋଟି ଲୋକଙ୍କ ବୟସ ବୁଧବାର ହଠାତ କମିଗଲା । ନୂତନ ନିୟମ ଅନୁସାରେ ସେମାନଙ୍କ ୧ ବର୍ଷ ବୟସ କମିଯାଇଛି । ନିକଟରେ ସରକାରଙ୍କ ପକ୍ଷରୁ ପରମ୍ପାରିକ ପଦ୍ଧତିକୁ ହଟାଇ ନୂତନ ବୟସ ନିୟମ ଲାଗୁ କରାଯିବା ପରେ ଏହା ହୋଇଛି । ଦକ୍ଷିଣ କୋରିଆରେ ଗୋଟିଏ ଶିଶୁ ଜନ୍ମ ହେବା ମାତ୍ରେ ତାର ବୟସ ୧ ବର୍ଷ ଭାବେ ଗଣତି କରାଯାଏ । ବର୍ଷେ ପୂରଣ ହେବା ପରେ ପିଲାଟିର ବୟସ ୨ ବର୍ଷ ହୋଇ ଯାଇଥାଏ । ଅନ୍ୟ ଦେଶରେ ଏହାକୁ ୧ ବର୍ଷ ଭାବେ ଗଣତି କରାଯାଇଥାଏ । ପୂର୍ବରୁ ଜାପାନ, ଚୀନ ଓ ଉତର କୋରିଆ ଏହି ନିୟମ ଉଠାଇ ଦେଇଥିଲେ ।

ବିଶ୍ୱର ଅନ୍ୟ ସମସ୍ତ ଦେଶ ଗୋଟିଏ ଶୈଳୀରେ ବୟସ ଗଣତି କରୁଥିବା ବେଳେ ଦକ୍ଷିଣ କୋରିଆ କ୍ଷେତ୍ରରେ ବ୍ୟତୀକ୍ରମ ଦେଖିବାକୁ ମିଳୁଥିଲା । ଏବେ ନୂତନ ନିୟମ ଲାଗୁ ହେବା ଫଳରେ ସେମାନେ ମଧ୍ୟ ଅନ୍ୟମାନଙ୍କ ସହ ସମାନ ହୋଇପାରିଛନ୍ତି । କୋଭିଡ ୧୯ ଭ୍ୟାକ୍ସିନ ନେଇ ଆନ୍ତର୍ଜାତୀୟସ୍ତରରେ ନୀତି ପ୍ରସ୍ତୁତ କରାଯିବା ବେଳେ ଦକ୍ଷିଣ କୋରିଆ ଯୋଗୁ ଅସୁବିଧା ସୃଷ୍ଟି ହୋଇଥିଲା । ସେବେଠାରୁ ଏହି ନିୟମ ପରିବର୍ତନ ପାଇଁ ଦାବୀ କରାଯାଉଥିଲା ।

Leave A Reply

Your email address will not be published.