Latest Odisha News

BREAKING NEWS

କୁନୋ ନ୍ୟାସନାଲ ପାର୍କରେ ଚିତା ଲଢେଇ; ମୁହାଁମୁହିଁ ହେଲେ ନାମିବ୍ୟା ଓ ଆଫ୍ରିକା ଚିତା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କର ମୁକ୍ତ ଜଙ୍ଗଲରେ ବୁଲୁଥିବା ଚିତାଙ୍କ ମଧ୍ୟରେ ଘମାଘମ୍ ଲଢ଼େଇ । ମୁହାଁମୁହିଁ ହୋଇଥିଲେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ଚିତା ଦଳ। ଦୁଇ ଚିତା ଦଳ ଲଢେଇରେ ଗାେଟିଏ ଚିତା ଆହତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପାର୍କର ଜଣେ ଅଧିକାରୀ ।

ଅଧିକାରୀଙ୍କ କହିବା ଅନୁସାରେ, ଗତ ସୋମବାର ସଂନ୍ଧ୍ୟା ସମୟରେ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ଦୁଇ ଚିତା ଗୌରବ ଓ ସୂର୍ଯ୍ୟ ଏବଂ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇ ଚିତା ଅଗ୍ନୀ ଓ ବାୟୁ ମଧ୍ୟରେ ଲଢେଇ ହୋଇଥିଲା। ଏହି ଲଢେଇରେ ପୁରୁଷ ଚିତା ଅଗ୍ନି ଗୁରୁତର ହୋଇଛି ।

ଚିତା ମନିଟରିଂ ଦଳର ଲୋକମାନେ ଅଗ୍ନିକୁ ଆହତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ କୁନୋ ମ୍ୟାନେଜମେଣ୍ଟର ଅଧିକାରୀମାନଙ୍କୁ ଜଣାଇଥିଲେ, ଏହା ପରେ ଆହତ ଅଗ୍ନିକୁ ତୁରନ୍ତ ଚିକିତ୍ସା ପାଇଁ କୁନୋ ଡାକ୍ତରଖାନାକୁ ଅଣାଯାଇଥିଲା ।  ବର୍ତ୍ତମାନ ଗୁରୁତର ଥିବା ଚିତାର ଚିକିତ୍ସା ଚାଲିଛି ଏବଂ ଚିତାର ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି ବୋଲି ପାର୍କର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ବିଲୁପ୍ତ ହୋଇଯାଉଥିବା ଚିତାଙ୍କୁ ପୁନଃ ଥଇଥାନ କରିବା ଉଦ୍ଦେଶ୍ୟରେ ଗତ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଓ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣଆଫ୍ରିକାରୁ ୧୨ଟି ଚିତା ବାଘ ଆଣି କୁନୋ ନ୍ୟାସନାଲ ପାର୍କର ଛାଡ଼ିଛନ୍ତି  । ସେପଟେ କିନ୍ତୁ ଏଯାବତ୍ କୁନୋରେ ୬ଟି ଚିତା ମୃତ୍ୟୁବରଣ କରି ସାରିଲେଣି । ସେପଟେ ଚିତାଙ୍କର ମୃତ୍ୟୁ ପରିଚାଳନା ତ୍ରୁଟି କାରଣରୁ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.