Latest Odisha News

BREAKING NEWS

ଆସନ୍ତୁ ଜାଣିବା ଦକ୍ଷିଣ କୋରିଆର କରୋନା ରୋଗୀ ନଂ ୩୧ ବିଷୟରେ

ସିଓଲ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ଡରାଉଛି । ତେବେ ଦକ୍ଷିଣ କୋରିଆର ରୋଗୀ ନଂ ୩୧ଙ୍କ ଖାମଖିଆଲ ନୀତି ଯୋଗୁ ୪୮୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ବ୍ୟକ୍ତିଜଣକ ସ୍ଥାନୀୟ ଏକ ଚର୍ଚ୍ଚର ସଦସ୍ୟ ।  ଉକ୍ତ ବ୍ୟକ୍ତିଜଣଙ୍କ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରାରମ୍ଭିକ ସମୟରେ ଏହାକୁ ଚିହ୍ନଟ କରାଯାଇପାରି ନ ଥିଲା । ଜଣା ପଡିଲା ବେଳକୁ ସେ ୪୮୦୦ ଲୋକଙ୍କ ସହ ବିଭିନ୍ନ ମାଧ୍ୟମରେ ଭେଟ ହୋଇଥିଲେ ।

ଦୁଃଖର କଥା ଏହା ମଧ୍ୟରୁ ୨୯ଜଣଙ୍କ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି । ଜାଣତରେ ହେଉ ବା ଅଜଣାତରେ ହେଉ ସେ ନିଜ ରୋଗ ଲୁଚାଇଥିଲେ ଫଳରେ ଏହାକୁ ଚିହ୍ନଟ କରିବାରେ ବିଳମ୍ବ ହୋଇଥିବାରୁ ୨୯ ମୃତ୍ୟୁର କାରଣ ସାଜିଥିଲେ । ତାଙ୍କ ନାମ ସର୍ବସମ୍ମୁଖରେ ପ୍ରକାଶ କରାଯାଇ ନାହିଁ । ପ୍ରାରମ୍ଭିକ ରିପୋର୍ଟରେ ସେ ଜଣେ ୬୧ ବର୍ଷୀୟା ମହିଳା ବୋଲି ଜଣାପଡିଛି ।

Leave A Reply

Your email address will not be published.