Latest Odisha News

ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷୀତ ‘ଗେମ ଚେଞ୍ଜର’ ରିଲିଜ୍ ଡେଟ୍

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମାନେ ବର୍ତ୍ତମାନ ସାଉଥ୍ ସୁପରଷ୍ଟାରଙ୍କ ସହିତ ପରଦାରେ ନଜର ଆସୁଛନ୍ତି । ନିକଟରେ ଜାହ୍ନବୀ କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ବଡ ହିଟ୍ ଫିଲ୍ମ ଦେଇ ଦକ୍ଷିଣରେ ନିଜର ଅଭିନୟ ଅନ୍ଦାଜ ଦେଖାଇଛନ୍ତି । ବର୍ତ୍ତମାନ ଆଲିଆ ଏବଂ ଜାହ୍ନବୀଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ସାଉଥ୍ ସୁପରଷ୍ଟାର୍ ରାମ ଚରଣଙ୍କ ସହ ପରଦାରେ କେମେଷ୍ଚ୍ରୀ ଦେଖାଉଥିବା ଦେଖିବାକୁ ମିଳିବ ।

ଅଭିନେତ୍ରୀ ଜଣକ ହେଲେ କିଆରା ଆଡଭାନୀ । ରବିବାର ନିର୍ମାତାମାନେ କିଆରା ଏବଂ ରାମ ଚରଣଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରାମ ଚରଣ ନିଜେ ଏହି ସୂଚନା ଦେଇଛନ୍ତି । ରାମଚରଣ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଗେମ୍ ଚେଞ୍ଜରର ପୋଷ୍ଟର ସେୟାର କରିବା ସହ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ୧୦ ଜାନୁଆରୀରେ ଆପଣଙ୍କୁ ପ୍ରେକ୍ଷାଳୟରେ ଭେଟିବି’ ।

ଚଳଚ୍ଚିତ୍ର ନିର୍ମାତା ଏସ୍ ଶଙ୍କର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ସୁଟିଂ ୨୦୨୧ ରେ ଆରମ୍ଭ ହୋଇଥିଲା । ତେବେ ବିଭିନ୍ନ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା । ବର୍ତ୍ତମାନ ଏକ ଦୀର୍ଘ ଅପେକ୍ଷା ପରେ, ‘ଗେମ୍ ଚେଞ୍ଜର’ ଶେଷରେ ଏହାର ରିଲିଜ୍ ତାରିଖ ଘୋଷଣା କରିଛି ।

ନିର୍ଦ୍ଦେଶକ ଶଙ୍କରଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ କାର୍ତ୍ତିକ ସୁବରାଜଙ୍କ ଦ୍ୱାରା ଲିଖିତ ଏକ ରାଜନୈତିକ ଥ୍ରୀଲର ଅଟେ । ଏହି ଚଳଚ୍ଚିତ୍ରରେ ରାମ ଚରଣ, କିଆରା ଆଡଭାନୀ, ଅଞ୍ଜଲି, ଏସ୍.ଜେ. ସୁର୍ଯ୍ୟା, ଶ୍ରୀକାନ୍ତ, ଜୟରାମ ଏବଂ ନବୀନ ଚନ୍ଦ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କୁହାଯାଉଛି ଯେ, ଚରଣ ଜଣେ ଆଇଏଏସ୍ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ସ ଦ୍ୱାରା ନିର୍ମିତ ‘ଗେମ୍ ଚେଞ୍ଜର’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଥମନଙ୍କ, ସିନେମାଟୋଗ୍ରାଫି ଥିରୁ ଏବଂ ଶାମିର ମହମ୍ମଦଙ୍କ ସମ୍ପାଦନା ରହିଛି ।

Leave A Reply

Your email address will not be published.