Latest Odisha News

BREAKING NEWS

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ, ଭାରତରେ ଆରମ୍ଭ ହେଲା ବର୍ଷାଋତୁ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଦକ୍ଷିଣ-ପଶ୍ଚିମ ଜଳବାୟୁ ଶନିବାର ଦିନ ସକାଳେ କେରଳ ଉପକୂଳ ଛୁଇଁଛି । ଭାରତୀୟ ଉପମହାଦେଶରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଦେଶରେ ବର୍ଷା ଋତୁର ଆଗମନରେ କୋଟି କୋଟି ଜନସାଧାରଣ ଆସ୍ୱସ୍ତି ଅନୁଭବ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନାଦିଆଇଛି ଯେ, ସମଗ୍ର ଦେଶରେ ଏହି ମୌସୁମୀ ଜଳବାୟୁ ୩ ରୁ ୪ ମାସ ଧରି ବହିବାର ସମ୍ଭାବନା ରହିଛି ।

ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ଆଇଏମଡ଼ିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ଆଜି କେରଳ ଛୁଇଁଲା ମୌସୁମୀ ଜଳବାୟୁ ।”

ଯଦିଓ ଏକ ସପ୍ତାହ ବିଳମ୍ବରେ ମୌସୁମୀ ଆସିଛି, କିନ୍ତୁ ଏଥର ସ୍ୱାଭାବିକ ବୃଷ୍ଟିପାତ ନିଶ୍ଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ଦିଆଯାଇଛି ।

“କେରଳ ଉପକୂଳରେ ମେ’ ୩୦ ତାରିଖରେ ପହଞ୍ଚିଥିବା ବେଳେ ମୌସୁମୀ ଜଳବାୟୁ ଆସନ୍ତା ଜୁନ ୧୦ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁବ । ଜୁନ ଦ୍ୱିତୀୟ ସପ୍ତାହ ଶେଷଭାଗ କିମ୍ବା ଜୁନ ୩ୟ ସପ୍ତାହର ପ୍ରଥମଭାଗରେ ଓଡ଼ିଶା ଛୁଇଁବ ମୌସୁମୀ ବୃଷ୍ଟିପାତ,” ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ରାଜ୍ୟର ଅଧିକାଂଶ ସ୍ଥାନଗୁଡ଼ିକରେ ପ୍ରାକ୍-ମୌସୁମୀ ବୃଷ୍ଟିପାତ ଆରମ୍ଭ ହୋଇଯାଇଛି । କେତେକାଂଶରେ ପାଗ କୋହଲା ରହୁଛି, ମାତ୍ର ଏବେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗରମ/ଗୁଳଗୁଳି ଅନୁଭୁତ ହେବାରେ ଲାଗିଛି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଆକାଶ ପ୍ରାୟତଃ ମେଘୁଆ ରହୁଛି ।

Comments are closed.