Latest Odisha News

BREAKING NEWS

ଅଖିଳେଶ ଯାଦବ କରୋନା ପଜିଟିଭ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ବୁଧବାର ସକାଳେ ଟ୍ୱିଟର୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଘରେ ସଙ୍ଗରୋଧରେ ରହିଥିବା କହିଛନ୍ତି।

BjdElectrycity

ସେ କହିଛନ୍ତି ଯେ “ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ କ୍ବାରେଣ୍ଟାଇନ୍‌ କରିଛି ଏବଂ ଘରେ ଚିକିତ୍ସିତ ହେଉଛି। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରିବାକୁ ମୁଁ ଅନୁରୋଧ କରୁଛି। ଏହାସହିତ ସେମାନଙ୍କୁ କିଛି ଦିନ ପୃଥକ୍‌ ରହିବାକୁ ମଧ୍ୟ ଅନୁରୋଧ କରୁଛି।

ଏପ୍ରିଲ ୧୧ ରେ ଅଖିଳେଶ ଯାଦବ ହରିଦ୍ୱାର ଯାଇ ଅଖିଲ ଭାରତୀ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଭେଟିଥିଲେ। ସେ ମଧ୍ୟ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ।

Leave A Reply

Your email address will not be published.