ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଖୋଲାଖୋଲି ରାଗିଂ କରାଯାଇଛି ା ଏକାଧିକ ଛାତ୍ର ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିବା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି ା ଛାତ୍ରୀଙ୍କୁ ରାଗିଂ ବେଳର ଦୃଶ୍ୟ ଭାଇରାଲ ହେବା ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ତ୍ବରିତ ପଦକ୍ଷେପ ନେଇଛନ୍ତି। ଆରକ୍ଷୀ ଅଧିକ୍ଷକ ଡା ଶର୍ବଣା ବିବେକ ଏମଙ୍କ ନିର୍ଦେଶରେ ବଡବଜାର ଥାନା ପୁଲିସ ତୁରନ୍ତ ୨ଜଣ ଛାତ୍ରଙ୍କୁ ଗିରଫ କରିବା ସହ ଅନ୍ୟ ୩ ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ା ଗିରଫ ଦୁଇ ଛାତ୍ର ହେଲେ ହରିଡାଖଣ୍ଡି ଶାନ୍ତିନଗରର ଅଭିଶେଷକ ନାହାକ (୨୪) ଓ ବାବୁଲା ପଣ୍ଡା(୧୮) ା ଏହି ଦୁଇ ଛାତ୍ରଙ୍କୁ କଲେଜରୁ ସବୁଦିନ ପାଇଁ ବହିଷ୍କୃତ କରିବାକୁ ପୁଲିସ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିବା ବେଳେ ରାଗିଂରେ ସମ୍ପୃକ୍ତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ୧ ବର୍ଷ ପାଇଁ କଲେଜରୁ ନିଲମ୍ବନ କରିବାକୁ ପୁଲିସ ସୁପାରିସ କରିଛି ା ଏହି ମାମଲାରେ ଗୁରୁବାର ମହାବିଦ୍ୟାଳୟର ଶୃଙ୍ଖଳା ଓ ଆଣ୍ଟି ରାଗିଂ କମିଟି ବୈଠକ ବସି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମିଳା ଖାଡାଙ୍ଗା କହିଛନ୍ତି ା
ସୂଚନା ପ୍ରକାରେ, ମଙ୍ଗଳବାର ଅପରାହ୍ନରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରିସରରେ ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ କିଛି ଛାତ୍ର ଓ ଛାତ୍ରୀ ଘେରି ଯାଇ ରାଗିଂ କରିଥିଲେ ା ଏହି ମହାବିଦ୍ୟାଳୟର ଯୁକ୍ତତିନି ଶେଷ ବର୍ଷରେ ପଢୁଥିବା ଅଭିଶେକଙ୍କ ନିର୍ଦେଶରେ ଯୁକ୍ତଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ବାବୁଲା ପୀଡ଼ିତା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ା ଅଭିଶେକ ନିଜ ହାତରେ ଏକ ପାଇପ ଧରି ରାଗିଂର ମୁଖ୍ୟ କାର୍ପଟଦାର ସାଜିଥିଲେ ା ସେହି ସମୟରେ ପାଖାପାଖି ୧୫ ଜଣ ଛାତ୍ରଛାତ୍ରୀ ସେଠାରେ ଉପସ୍ଥିତ ରହି ମଜା ଦେଖୁଥିଲେ ା ଅଭିଶେକଙ୍କ ନିର୍ଦେଶରେ ବାବୁଲା ପୀଡ଼ିତା ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ବାରମ୍ବାର ସ୍ପର୍ଶ କରୁଥିଲେ ା ବେଶ କିଛି ସମୟ ଧରି ଏହି ଦୃଶ୍ୟ ଲାଗି ରହିଥିଲା ା ଏପରିକି ଏହା ଏକପ୍ରକାର ବିବାହ ଏବଂ ଏହି ସମୟର ଦୃଶ୍ୟକୁ ସମେସ୍ତ ଉପଭୋଗ କର ବୋଲି ଅଭିଶେକ କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ା ରାଗିଂର ଶିକାର ପୀଡ଼ିତା ଛାତ୍ରୀ ଜଣଙ୍କ ସେଠାରୁ ଉଠି ଚାଲି ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅଭିଶେଷ ତାଙ୍କୁ ଡାରାଇ ଧମକାଇ ସେଠାରେ ଜୋରଜବରଦସ୍ତ ବସାଉଥିଲେ ା ଏହି ସମୟର ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ମୋବାଇଲରେ ଭିଡିଓ ଉତ୍ତୋଳନ କରି ମଜା ନେଉଥିଲେ ା ଏପରି ଲାଗୁଥିଲା ସତେ ଯେମିତି ସମସ୍ତେ ମିଶି ଏହି ନୀରିହ ଛାତ୍ରୀଙ୍କୁ ଅତ୍ୟାଚାର କରୁଥିଲେ। ବୁଧବାର ଏହି ଘଟଣାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ପରେ ବ୍ରହ୍ମପୁର ଏସପି ଶର୍ବଣା ବିବେକ ଏମ ଘଟଣାକୁ ଗୁରୁତର ସହ ନେଇ ରାଗିଂରେ ସମ୍ପୃକ୍ତ ଛାତ୍ରଙ୍କୁ ତୁରନ୍ତ କାବୁ କରିବାକୁ ବଡବଜାର ଥାନା ପୁଲିସକୁ ନିର୍ଦେଶ ଦେଇଥିଲେ ା ପୁଲିସ ଘଟଣାରେ ସମ୍ପୃକ୍ତ ୫ ଜଣ ଛାତ୍ରଙ୍କୁ ଥାନାକୁ ନେଇ ପଚରାଉରା କରିବା ପରେ ମୁଖ୍ୟ କାର୍ପଟଦାର ଅଭିଶେକ ଓ ବାବୁଲାଙ୍କୁ ଗିରଫ କରିଥିଲା ା ସେହିପରି ରାଗିଂ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣ ଛାତ୍ରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା ଜାରି ରହିଛି ବୋଲି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ା ପୂର୍ବରୁ ମଧ୍ୟ ଅଭିଶେକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିଲେ ା ବର୍ତ୍ତମାନ ତାଙ୍କ ନାମରେ ପୁଣି ଥରେ ଅପରାଧିକ ମାମଲା ରୁଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି ା
ମହାବିଦ୍ୟାଳୟ ଶୃଙ୍ଖଳା କମିଟି ତଥା ଆଣ୍ଟି ରାଗିଂ କମିଟି ବୈଠକରେ ଯାହା ନିଷ୍ପତ୍ତି ହେବ, ସେହି ଅନୁଯାୟୀ ଅଭିଶେକ ଓ ବାବୁଲା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା କହିଛନ୍ତି ା ମହାବିଦ୍ୟାଳୟ ପରିସରରେ ପୂର୍ବରୁ ମଧ୍ୟ ଅଭିଶେକ ବିଶୃଙ୍ଖଳା କରୁଥିବାରୁ ତାଙ୍କ ଅଭିଭାବକଙ୍କୁ ଡାକି ଦୁଇଥର ତାଗିଦ କରାଯାଇଥିଲା ବୋଲି ଅଧ୍ୟକ୍ଷା ଡ. ଖାଡଙ୍ଗା କହିଛନ୍ତି ା ଛାତ୍ରୀଙ୍କୁ ଖୋଲା ରାଗିଂ ଘଟଣା ପରେ ମହାବିଦ୍ୟାଳୟରେ ଅନ୍ୟ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛିା ଏପଟେ ମହାବିଦ୍ୟାଳୟ ପିଅନ, ୱାଚମ୍ୟାନ ଭଳି ବିଭିନ୍ନ ବର୍ଗର କର୍ମଚାରୀ ପଦ ଖାଲି ପଡ଼ିଥିବା ବେଳେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରଙ୍କ ଦୌରାତ୍ମ୍ୟ ବଢି ଚାଲିଛି।
BREAKING NEWS
- ମକ୍କା ପ୍ରତିରକ୍ଷା ଚୁକ୍ତିରେ ଯୋଗ ଦେବକି ଇରାନ; ଏହି ଦେଶ କଲେ ନିମନ୍ତ୍ରଣ
- Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଆମେରିକା ଘାଟି ଉପରେ ‘ପ୍ରଥମ ପ୍ରହାର’ କରିବ ଇରାନ!
- ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ
- ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର
- Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା ISIର ଚକ୍ରାନ୍ତ
- ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ
- ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର
- ଚୀନ୍ ସହ ସୀମା ବିବାଦ ନେଇ ଆଲୋଚନା କରିବେ ଅଜିତ ଡୋଭାଲ: ବେଜିଂ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲା ଭାରତ
- ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ

Comments are closed.