Latest Odisha News

BREAKING NEWS

ଶ୍ରଦ୍ଧା ମର୍ଡର କେସ- ଅଫତାବ୍ ବିରୋଧରେ ମିଳୁନି ପ୍ରମାଣ, ଚିନ୍ତାରେ ପୋଲିସ

ଦିନକୁ ଦିନ ରହସ୍ୟମୟ ହେଉଛି ଶ୍ରଦ୍ଧା ହତ୍ୟାକାଣ୍ଡ  । ରହସ୍ୟର ପର୍ଦ୍ଦାଫାଶ କରିବା ଦିଲ୍ଲୀ ପୋଲିସ ପାଇଁ  ଏବେ ଚାଲେଞ୍ଜ ହୋଇଗଲାଣି । ଗିରଫ ଅଫତାବର  କ୍ରୁର  ବ୍ୟବହାର ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି । କାରଣ ଅଫତାବ ବୟାନ ସହ ଏବଂ ପ୍ରମାଣ ମେଳ ଖାଉନି  ।  ଫଳରେ ପୋଲିସ ତଦନ୍ତ ବାଟବଣା ହେବାର ଆାଶଙ୍କା ସୃଷ୍ଟି ହେଉଛି ।

ଅଫତାବ ସ୍ୱୀକାର କରିଥିଲା, ଘର ବିଛଣା ଉପରେ ସେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା । ପରେ ଘରେ ଶବକୁ ୩୫ ଖଣ୍ଡ କରି କାଟିଥିଲା । ହେଲେ ଦିଲ୍ଲୀ ପୋଲିସକୁ ଅଫତାବଙ୍କ ଘରେ କୌଣସି ରକ୍ତର ଦାଗ ମିଳି ନ ଥିଲା । ବହୁତ କଷ୍ଟରେ କିଚେନର ଗୋଟିଏ ସ୍ଥାନରୁ ରକ୍ତର ଦାଗ ମିଳିଥିଲା ।

ଦିଲ୍ଲୀ ପୋଲିସ  କହିଛି, ସାଧାରଣତଃ ପୋଲିସ ରକ୍ତର ଦାଗ ଖୋଜିବା ପାଇଁ କ୍ରାଇନ ସିନ ଉପରେ ବେନଜିନ ନାମକ ଏକ କେମିକାଲ ପକାଇଥାଏ । ଏହାଦ୍ୱାରା  ଚଟାଣରେ ଯେଉଁଠି ରକ୍ତ ପଡିଥାଏ ଉକ୍ତ କେମିକାଲ ପଡିଲେ ସେହି ସ୍ଥାନର ରଙ୍ଗ ଲାଲ ହୋଇଯାଏ । ହେଲେ ଅଫତାବ କେଉଁ କେମିକାଲରେ ଘର ସଫା କରିଛି କେଜାଣି ବେନଜିନ୍ ପକାଇଲେ ମଧ୍ୟ ରକ୍ତର ଦାଗ ମିଳୁନି । ବହୁ କଷ୍ଟରେ ରୋଷେଇ ଘରେ ତଳ ସେଲ୍ଫରେ ଯେଉଁଠି ଗ୍ୟାସ ସିଲିଣ୍ଡର ରଖାଯାଏ ସେଠାରେ କିଛି ରକ୍ତର ଦାଗ ମିଳିଛି ।

ଚତୁର ଅଫତବ ଏପରି ଭାବେ ଶ୍ରଦ୍ଧାଙ୍କୁ ହତ୍ୟା କରିଛି ଯେ, ତାର ବିଛଣା ଉପରେ କୌଣସି ପ୍ରମାଣ ଛାଡ଼ି ଯାଇନାହିଁ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶବକୁ ୩୫ ଖଣ୍ଡ କରି ୧୮ଟି ପଲିଥିନ ବ୍ୟାଗରେ ବନ୍ଦ କରି ଫ୍ରିଜରେ ରଖିଥିଲା  । ଅବଶ୍ୟ ଅଫତାବର ପାପ କାର୍ମର ପ୍ରମାଣ ଦେବ ଟୁକୁରା ଶବ ଏବଂ ସେ ପଲିଥିନ । କିନ୍ତୁ ପୋଲିସ ପାଇଁ ଯାହା ଚିନ୍ତାର କାରଣ ପାଲଟିଛି ତାହା ହେଉଛି, ଏ ଯାଏ ପୋଲିସ  ଶବର ସମସ୍ତ ଟୁକୁଡାକୁ ଜବତ କରିପାରିନି । ଏପରିକି ଫ୍ରିଜରୁ ମଧ୍ୟ ରକ୍ତ ଦାଗ ମିଳିନି । ବେନଜିନ ବ୍ୟବହାର ପରେ ବି ରକ୍ତ ଦାଗ ମିଳିନି ।

ଅଫତାବର ଧୂର୍ତ୍ତ ବୁଦ୍ଧିକୁ ଦେଖି ଖାଲି ପୋଲିସ ନୁହେଁ, ଫେରାନ୍ସିକ ଟିମ୍ ବି କାବା ହୋଇ ଯାଇଛି । ବେଶ ପେଷାଦାର ହତ୍ୟାକାରୀ ପରି ଖୁବ୍ ଚାଲାକି ଏବଂ ସୁଚିନ୍ତିତ ଉପାୟରେ ଅଫତାବ ଏପରି କାଣ୍ଡ ଘଟାଇଛି  ।

Leave A Reply

Your email address will not be published.