Latest Odisha News

ପୁଣି କ୍ରାସ୍ ହେଲା ମସ୍କଙ୍କ ସ୍ପେସଏକ୍ସ ଷ୍ଟାରସିପ୍ ରକେଟ୍

ଟେକ୍ସାସ୍: ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ ପରୀକ୍ଷଣ ଉଡ଼ାଣ ସମୟରେ ଗୁରୁବାର ଦିନ ସମ୍ପର୍କ ହରାଇବା ସହ ମହାକାଶରେ ଜଳିଯାଇଛି।

ସୂଚନା ଅନୁଯାୟୀ, ଲଞ୍ଚ ହେବାର ମାତ୍ର କିଛି ମିନିଟ୍ ପରେ ଷ୍ଟାରସିପର ଇଞ୍ଜିନଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ରକେଟର ଅଂଶ ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଦକ୍ଷିଣ ଫ୍ଲୋରିଡା ଏବଂ ବାହାମାସ ଆକାଶରେ ଅଗ୍ନିପିଣ୍ଡୁଳା ପରି ପଡୁଥିବା ଦେଖାଯାଇଥିଲା। ତେବେ ଏହି ଦୁର୍ଘଟଣା କମ୍ପାନୀର ଲାଇଭ୍ ଷ୍ଟ୍ରିମରେ କଏଦ ମଧ୍ଯ ହୋଇଥିଲା।

କିଛି ନକଲି ସାଟେଲାଇଟ୍ ମହାକାଶରେ ଛାଡ଼ି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିବା ଲକ୍ଷ୍ୟରେ ଷ୍ଟାରସିପକୁ ଟେକ୍ସାସରୁ ଲଞ୍ଚ କରାଯାଇଥିଲା। ତେବେ ଲଞ୍ଚ ଏବଂ ପ୍ରଥମ ପର୍ଯ୍ୟାୟ ପୃଥକୀକରଣ ସଫଳ ହୋଇଥିବା ବେଳେ କିଛି ଦୂରତା ଅତିକ୍ରମ ପରେ ରକେଟଟି ନିୟନ୍ତ୍ରଣ ହରାଇଥିଲା। ପରିଶେଷରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଜଳି ଯାଇଥିଲା।

ସ୍ପେସଏକ୍ସ ଏକ ବିବୃତ୍ତିରେ କହିଛି ଯେ ଉଡ଼ାଣ ସମୟରେ ଷ୍ଟାରସିପ୍ ରାପିଡ୍ ଅନସିଡ୍ୟୁଲଡ୍ ଡିସଏସେମ୍ବଲି ହୋଇଯାଇଥିଲା।

 

Comments are closed.