ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟକୁ ସାମୟିକ ଭାବେ ଘୁଂଚାଇ ଦିଆଯାଇଛି । ସୋମବାର ସନ୍ଧ୍ୟା ୬ଟା ୫୦ରେ ଏହାକୁ ଲଂଚ କରାଯାଇଥାନ୍ତା । ପ୍ରେସର ଭାଲଭ ଫ୍ରିଜ ହେବା କାରଣରୁ ଏହି ଅସୁବିଧା ସୃଷ୍ଟି ହୋଇଛି । ରକେଟକୁ ରିସେଟ କରିବା ପାଇଁ ଅତି କମରେ ୪୮ ଘଂଟା ସମୟ ଲାଗିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏଲନ ମସ୍କ ମଧ୍ୟ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଆଉ କିଛି ଦିନ ମଧ୍ୟରେ ପୁନର୍ବାର ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଏହି ସ୍ପେସଶିପ ମାଧ୍ୟମରେ ମଙ୍ଗଳ ଗ୍ରହରେ ମଣିଷଙ୍କ ପାଇଁ କଲୋନୀ ବସାଇବା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଛି । ମସ୍କଙ୍କ କହିବା ଅନୁସାରେ ଆମେ ଏବେଠାରୁ ମାନବ ସଭ୍ୟତାକୁ ବଂଚାଇ ରଖିବା ପାଇଁ ବିକଳ୍ପ ପନ୍ଥାର ଆବଶ୍ୟକ କରୁଛି ।
ପୃଥିବୀ ପୃଷ୍ଠରେ ଯଦି କିଛି ଅଘଟଣ ଘଟେ ତାହାହେଲେ ଏହା ମାଧ୍ୟମରେ ମାନବ ସଭ୍ୟତାକୁ ବଂଚାଇ ଯାଇପାରିବ । ତେବେ ମସ୍କ ସ୍ପେଶ ଟୁରିଜିମ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ ଏହି ଯୁଗାନ୍ତକାରୀ ପ୍ରୋସେସରେ ବିଳମ୍ବ ହେବାରୁ ସମସ୍ତେ ନିରାଶ ହୋଇଛନ୍ତି । ଯଦି ସବୁ କିଛି ଠିକଠାକ ରହିବ ତାହାହେଲେ ୨୦୨୯ ମଧ୍ୟରେ ମଙ୍ଗଳ ଗ୍ରହରେ ମାନବ କଲେନୀର ମୂଳଦୂଆ ପଡିଥାନ୍ତା ।
Comments are closed.