Latest Odisha News

BREAKING NEWS

ଗୁଜରାଟ ପୂର୍ବତନ ଆପ ମୁଖ୍ୟ ଗୋପାଳ ଇଟାଲିଆ ଗିରଫ କରିଥିଲା ପୁଲିସ, ମିଳିଲା ଜାମିନ

ଗାନ୍ଧୀନଗର: ଗୁଜରାଟ ମନ୍ତ୍ରୀ ଓ ବିଜେପି ମୁଖ୍ୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟ ପୂର୍ବତନ ଆମ୍ ଆଦ୍‌ମୀ ପାର୍ଟି ମୁଖ୍ୟା ଗୋପାଳ ଇଟାଲିଆ ଗିରଫ। ସୁରଟ ପୁଲିସ ଗୋପାଳଙ୍କୁ ଗିରଫ କରି କ୍ରାଇମ ବ୍ରାଞ୍ଚ ଅଫିସ୍ ନେଇଥିଲା। ତେବେ ଗିରଫର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଛି।

ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘବୀ ଓ ରାଜ୍ୟ ବିଜେପି ମୁଖ୍ୟ ସିଆଇର୍ ପାଟିଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ସେପ୍ଟେମ୍ବର ମାସରେ ସୁରଟ ପୁଲିସ ପାଖରେ ଅଭିଯୋଗ ହୋଇଥିଲା। ବିଜେପି କର୍ମୀ ପ୍ରତାପ ଚୋଡ଼ୱାଡ଼ିଆ ଇଟାଲିଆଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଇଟାଲିଆ ସାଂଘୀବଙ୍କୁ ଡ୍ରଗ୍ସ ସାଂଘବୀ କହିଥିଲେ ଓ ପାଟିଲଙ୍କୁ ଏକ୍ସବଟଲେଗର ବୋଲି କହିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା। ଗତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ଇଟାଲିଆଙ୍କୁ ଦିଲ୍ଲୀ ପୁଲିସ ଗିରଫ କରି ସରିତା ବିହାର ଥାନାକୁ ନେଇଥିଲା।

Comments are closed.