Latest Odisha News

BREAKING NEWS

ମହିଳା ବିଶ୍ୱକପ ଫୁଟବଲ : ଫାଇନାଲରେ ସ୍ପେନ

ନୂଆଦିଲ୍ଲୀ: ସ୍ପେନ ମଙ୍ଗଳବାର ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସ୍ପେନ ୨-୧ ଗୋଲରେ ସ୍ୱୀଡେନକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ମ୍ୟାଚର ୧୦ମ ମିନିଟରେ ସ୍ପେନର ସଲମା ପାରୁଲୁଏଲୋ ଦଳ ପକ୍ଷରୁ ପ୍ରଥମ ଗୋଲଟି ସ୍କୋର କରିଥିଲେ । ୧୮ତମ ମିନିଟରେ ରେବେକା ବ୍ଲୋମକ୍ୱିଷ୍ଟ ଗୋଲ କରିବା ଫଳରେ ସ୍ୱୀଡେନ ମ୍ୟାଚକୁ ୧-୧ ରୋମାଂଚକ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲା । ଏହା ପରେ ଉଭୟ ଦଳ ଗୋଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ୮୯ତମ ମିନିଟରେ ସ୍ପେନ ଅଧିନାୟିକା ଓଲଗା କାର୍ମୋନା ଗୋଲ କରି ଦଳକୁ ବିଜୟୀ କରାଇଥିଲେ ।

ସ୍ପେନ ଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ । ସ୍ୱୀଡେନ ୫ମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଶେଷରେ ନିରାଶ ହୋଇଛନ୍ତି । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏହା ପୂର୍ବରୁ କେବେ ହେଲେ ବିଶ୍ୱକପ ଆୟୋଜନ କରି ନ ଥିଲେ । ଉଭୟ ଦେଶ ପ୍ରଥମ ଥର ପାଇଁ ମିଳିତ ଭାବେ ଏହାକୁ ଆୟୋଜନ କରୁଛନ୍ତି । ଏଥର ବିଶ୍ୱକପରେ ୩୨ଟି ଟିମ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.