Latest Odisha News

BREAKING NEWS

ଗ୍ଲାମରସ୍ ଚାଷୀ: ବିକିନି ପିନ୍ଧି କରନ୍ତି ଚାଷ କାମ

କୁହାଯାଏ କୌଣସି କାମ ଛୋଟ କି ବଡ ନୁହେଁ । ସେ ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ । ସାଧାରଣତଃ ପୁରୁଷମାନେ ଚାଷ କାମ କରିବାସହ ଗୃହପାଳିତ ପଶୁମାନଙ୍କର ଯତ୍ନ ନେଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଚାଷ କାମ କରିବା ସହ ପଶୁମାନଙ୍କର ଯତ୍ନ ଭଲ ଭାବେ ନେଇଥାନ୍ତି । ହେଲେ ସେ ବିକିନ୍ ପିନ୍ଧି ଚାଷ କାମ କରିଥାନ୍ତି । ଯାହାକୁ ନେଇ ସେ ଗ୍ଲାମରର୍ସ ଚାଷୀ ଭାବେ ବେଶ୍ ପରିଚିତ । ଏହି ମହିଳା କୃଷକଙ୍କ ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିି ।

ଏହି ମହିଳା ଜଣକ ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରୀୟ । ତାଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । ସେ ଚାଷ କରୁଥିବା ସମୟର ଅନେକ ଭିଡ଼ିଓ ସେୟାର କରିଥାନ୍ତି । ଯାହାକୁ ଦେଖି ଲୋକେ ପସନ୍ଦ କରିଥାନ୍ତି । ସେ ସବୁବେଳେ ବିକିନ୍ ପିନ୍ଧିଚାଷ କାମ କରିବା ସହ ଘୋଡ଼ା,ଗାଈଗୋରୁଙ୍କ ସବୁ କାମ କରିଥାନ୍ତି । ସେଥିଲାଗି ତାଙ୍କୁ ଗ୍ଲାମରର୍ସ ଚାଷୀ ଭାବେ ବିବେଚନା କରାଯାଏ । ଅନେକ ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରନ୍ତି, କିନ୍ତୁ ସେ କାହାରି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ସେ ଅନ୍ୟ ଝିଅମାନଙ୍କୁ ବିକିନି ପିନ୍ଧିବା ଏବଂ ଚାଷ କରିବା ପାଇଁ ଉତ୍ସାହିତ କରନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ପ୍ରତିଦିନ ବିକିନି ପିନ୍ଧି ନିଜ କ୍ଷେତକୁ ଯାଆନ୍ତି । ଘଣ୍ଟା ଘଣ୍ଟା ଧରି ଚାଷ କାମ କରନ୍ତି । ସେ ବିଭିନ୍ନ ଗୃହପାଳିତ ପଶୁ ରଖିଥିବା ବେଳେ ଅନେକ ଘୋଡା ରଖିଛନ୍ତି । ସେ କହିଛନ୍ତି ଯେ ମୋର ବେଶଭୂଷାକୁ ଲୋକେ ପସନ୍ଦ କରନ୍ତି ନାହିଁ । ମୋତେ ଏପରି ବିକିନ୍ ପିନ୍ଧି କାମ କରିବାକୁ ସହଜ ହୋଇଥାଏ । ମୁଁ କ୍ଷେତରେ କାମ କରୁଥିବା ବେଳେ ଲୋକେ ମୋତେ ବୁଲି ବୁଲି ଚାହିଁଥାନ୍ତି । ସେଥିପ୍ରତି ମୁଁ ଗୁରୁତ୍ୱ ନ ଦେଇ ମୋ କାମ କରି ଚାଲେ ।

Leave A Reply

Your email address will not be published.