Latest Odisha News

BREAKING NEWS

ପୁରୁଷ ଜୁନିୟର ହକି ବିଶ୍ୱକପ : ସ୍ପେନ ନିକଟରୁ ଭାରତ ପରାସ୍ତ

କୁଆଲାଲମ୍ପୁର: ଚଳିତ ପୁରୁଷ ଜୁନିୟର ହକି ବିଶ୍ୱକପରେ ଗୁରୁବାର ସ୍ପେନ ନିକଟରୁ ଭାରତ ୧-୪ ଗୋଲରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚରେ କୋରିଆକୁ ହରାଇଥିବା ଭାରତୀୟ ଦଳ ଏହି ପରାଜୟ ଯୋଗୁ ପୁଲ ସିରେ ତୃତୀୟ ସ୍ଥାନରେ ରହିଛି । ଭାରତ ତାର ଶେଷ ଲିଗ ମ୍ୟାଚରେ କାନାଡାକୁ ଭେଟିବ । ସ୍ପେନ ପକ୍ଷରୁ କାର୍ବେ ଭେର୍ଡିଏଲ ମ୍ୟାଚର ପ୍ରଥମ ଓ ୪୧ ତମ ମିନିଟରେ ୨ଟି ଗୋଲ ଦେଇଥିଲେ । ସେହିପରି ରାଫି ଆଣ୍ଡ୍ରିଏସ ୧୮ ଓ ୬୦ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ଏକମାତ୍ର ଗୋଲଟି ରୋହିତ ସ୍କୋର କରିଥିଲେ ।

ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ ରହିଥିଲା । ଉଭୟ ଡିଫେଣ୍ଡିଂ ଓ ଆଟାକିଂରେ ଖେଳାଳିଙ୍କ ମଧ୍ୟରେ ତାଳମେଳ ରହି ନ ଥିଲା । ସ୍ପେନ ୨୦୦୫ ସଂସ୍କରଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲା । କାନାଡା ବିପକ୍ଷରେ ଭାରତକୁ ପରବର୍ତୀ ପର୍ଯ୍ୟାୟ ପ୍ରବେଶ ପାଇଁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି ।

Leave A Reply

Your email address will not be published.