Latest Odisha News

BREAKING NEWS

ସ୍ପେନ ଦୈନିକ ଖବରକାଗଜରେ ଭାରତର ଅର୍ଥ ବ୍ୟବସ୍ଥାକୁ କେଳା କାର୍ଟୁନ ସହ ତୁଳନା ନେଇ ଅସନ୍ତୋଷ

ନୂଆଦିଲ୍ଲୀ: ସ୍ପେନର ଦୈନିକୀ ଲା ଭେନଗାର୍ଡିୟାରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଏକ କାର୍ଟୁନ ଛପାଯାଇଛି । ଯାହାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଏହି କାର୍ଟୁନରେ ଭାରତର ଅର୍ଥନୀତିକୁ ଏକ ସାପ ଖେଳାଉଥିବା କେଳା ସହିତ ତୁଳନା କରାଯାଇଛି । ଆର୍ଟିକିଲ ଅପେକ୍ଷା କାର୍ଟୁନକୁ ଲୋକେ ବିରୋଧ କରୁଛନ୍ତି । ବିଜେପି ଏମପି ପିସି ମୋହନ ପ୍ରଥମେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ । ସାରା ବିଶ୍ୱରେ ଭାରତୀୟ ଇକୋନୋମିକୁ ପ୍ରଶଂସା କରାଯାଉଥିବା ବେଳେ ଏ ଭଳି ମୂର୍ଖତାପୂର୍ଣ୍ଣ ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ବ୍ରିଟେନ ଏବଂ ଜାପାନକୁ ଭାରତ ଖୁବ ଶୀଘ୍ରରେ ପଛରେ ପକାଇଦେବ ବୋଲି ଅନୁମାନ କରାଯାଉଛି । ଭାରତ ପୂର୍ବତନ ମୂଖ୍ୟ ଆର୍ଥକ ପରାମର୍ଶଦାତା ମଧ୍ୟ ଅର୍ଥନୀତିରେ ଭାରତ ଦ୍ରୁତ ଉନ୍ନତି କରିବ ବୋଲି କହିଛନ୍ତି ।

Comments are closed.