Latest Odisha News

BREAKING NEWS

ସ୍ପେନିଶ ପାରା ବ୍ୟାଡମିଂଟନ: ଏଲିମିନେଶନରେ ପ୍ରବେଶ କଲେ ପ୍ରମୋଦ, ଦୀପରଂଜନ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ସମସ୍ତ ମ୍ୟାଚ ଜିତି ଏଲିମିନେଶନ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ପ୍ରମୋଦ ଏସଏଲ୩ ସିଙ୍ଗଲ୍ସରେ କାନାଡାର ୱିଲିୟମ ରୋସେଙ୍କୁ ୨୧-୧୪, ୨୧-୦୭ରେ ଏବଂ ଡବଲ୍ସରେ ମନୋଜ ସର୍କାରଙ୍କୁ ସାଥୀ କରି ଫ୍ରାନ୍ସର ଜାଭିୟର ଡେବାଭାଲେରେ ଓ କ୍ଲାମେଂଟ ସାରୋବର୍ଟଙ୍କୁ ୨୧-୦୯, ୨୧-୧୬ରେ ପରାସ୍ତ କରିଥିଲେ ।

BjdElectrycity

ଦୀପରଂଜନ ସିଙ୍ଗଲ୍ସ ଏସଏଲ୪ରେ ଫ୍ରାନ୍ସର ଗୁଇଲାଇମେ ଗେଲୀଙ୍କୁ ୨୧-୦୯, ୨୨-୨୦ରେ ଏବଂ ଡବଲ୍ସ ମହମ୍ମଦ ଅନ୍ସାରୀଙ୍କ ସହ ଡବଲ୍ସରେ ଫ୍ରାନ୍ସର ଗୁଇଲାଇମେ ଗେଲୀ ଓ ମାଥ୍ୟୁ ଥୋମାସଙ୍କୁ ୨୧-୧୯, ୨୧-୧୯ରେ ପରାସ୍ତ କରିଥିଲେ ।

Comments are closed, but trackbacks and pingbacks are open.