Latest Odisha News

BREAKING NEWS

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ଓ ଶ୍ରଦ୍ଧା , ଆସନ୍ତା ବର୍ଷ ହୋଲିରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ : ବଡ ପରଦାରେ ଏକାଠି ନଜର ଆସିବେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର । ଉଭୟ ଯୋଡିଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ ମାନଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହି ଫିଲ୍ଲରେ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ । ଫିଲ୍ମର ନାଁ ଏପର୍ଯ୍ୟନ୍ତ ଡିକ୍ଲାର ହୋଇନାହିାଁ ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ୮ ରେ ହୋଲି ଅବସରରେ ଏହି ଫିଲ୍ମ ରିଲିଜ ହେବ ।

ରୋମାଣ୍ଟିକ , ଡ୍ରାମା, କମେଡି ଉପରେ ଆଧାରିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଶ୍ରଦ୍ଧା ଓ ରଣବୀର କପୁରଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ । ନବ ବିବାହିତା ଫିଲ୍ମ ମେକର ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱକୁ ହାତକୁ ନେଇଛନ୍ତି । ଉଭୟଙ୍କୁ ବଡ ପରଦାରେ ଏକାଠି ଦେଖିବା ପାଇଁ ବେଶ୍ ଉତ୍ସାହରେ ଅପେକ୍ଷା କରିଛନ୍ତି ସିନେପ୍ରେମୀ ।

Comments are closed, but trackbacks and pingbacks are open.