Latest Odisha News

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ସେପଟେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । ଏନେଇ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଏହାପରେ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ ୧୩ଦିନର କାର୍ଯ୍ୟ ଦିବସ ରହିଛି । ଏହାପରେ ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ । ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.