Latest Odisha News

BREAKING NEWS

ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତିଙ୍କ ରୁଲିଂ, କାଲି ଗୃହରେ ଉତ୍ତର ରଖିବେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଡ୍ରାଇଭର ସଂଘର ରାଜ୍ୟବ୍ୟାପୀ ଧର୍ମଘଟ ନେଇ ବିଧାନସଭାରେ ଆଜି ସରଗରମ ପରିସ୍ଥିତିଦେଖିବାକୁ ମିଳିଥିଲା  ।  ଏହା ପରେ ଡ୍ରାଇଭର ଆନ୍ଦୋଳନ ନେଇ ଆଜି ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ଆଲୋଚନା କରି ଆସନ୍ତାକାଲି ଗୃହରେ ବିବୃତି ଦେବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ଆସନ୍ତାକାଲି ଗୃହରେ କଣ ଉତ୍ତର ରଖିବେ ତାକୁ ଏବେ ଅପେକ୍ଷା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।ସେପଟେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଧର୍ମଘଟ ଜାରି ରଖିଛି ଡ୍ରାଇଭର ସଂଘ, ଫଳରେ ରାଜ୍ୟବ୍ୟାପୀ ପରିବହନ ବ୍ୟବସ୍ଥା ଏକରକମ ଠପ୍ ହୋଇଯାଇଛି ।

Leave A Reply

Your email address will not be published.