Latest Odisha News

BREAKING NEWS

ସାମାଜିକ ଦୂରତ୍ୱ ନେଇ ରାଜ୍ୟର ବିଭିନ୍ନ ସହରର ହାଟରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ହାଟମାନଙ୍କରେ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର ସମେତ ବ୍ରହ୍ମପୁର, ଭଦ୍ରକ, ପୁରୀ ତଥା ଅନ୍ୟାନ୍ୟ ସହରରେ ଦୋକାନ ସମ୍ମୁଖରେ ଅନ୍ୟୁନ ଏକ ମିଟର ଦୂରତ୍ୱରେ ଘରକାଟି ଗ୍ରାହକମାନଙ୍କ ଠିଆ ହେବାକୁ କୁହାଯାଇଛି । ଫଳରେ ଗୋଟିଏ ସ୍ଥାନରେ ଏତେଟା ଗହଳି ହେଉନାହିଁ ।

ବ୍ରହ୍ମପୁରରେ ମହାନଗର ନିଗମ ପକ୍ଷରୁ ଠେଲାଗାଡିରେ ଆଳୁ ପିଆଜ ନେଇ ଘର ଘର ବୁଲି ବିକ୍ରି କରାଯାଉଛି । ଫଳରେ ଲୋକଙ୍କୁ ଘରୁ ବାହାରିବାକୁ ପଡୁନାହିଁ । ପ୍ରଶାସନର ଏପରି ଉଦ୍ୟମକୁ ବିଭିନ୍ନ ବର୍ଗର ଲୋକେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.