Latest Odisha News

BREAKING NEWS

Tiger skin seized: ବାଘ ଛାଲ ସହ ୩ ବେପାରୀଙ୍କୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ

ଭୁବନେଶ୍ୱର:ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ବାଘ ଛାଲ ବେପାରୀ । ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ଆଜି ରାଜଧାନୀ ଭୁବନେଶ୍ଵରରୁ ବାଘ ଛାଲ ସହ ୩ ବେପାରୀଙ୍କୁ ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍ ଗିରଫ କରିଛି।

୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ମାଡିବସିଛି। ଏହି ବେପାରୀମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ଵରରେ ଡିଲ କରୁଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍‌ ମହାପାତ୍ର (୨୬), ଗଞ୍ଜାମ ଭଞ୍ଜନଗରର ମନଜିତ୍ ସାବତ(୨୧) ଏବଂ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ (୨୩) ବୋଲି ଜଣାପଡିଛି।

ଏନେଇ ରିମାଣ୍ଡରେ ନେଇ ପଚରାଉଚରା ପରେ ରାକେଟର ଖୁଲାସା ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

 

Comments are closed.