ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ ଶେଷ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ ପଞ୍ଜିକା ପ୍ରକାଶନ କରିବାକୁ ନିର୍ଦ୍ଦେଶ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ ।
ବୈଠକରେ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ସଠିକ୍ ଏବଂ ନିର୍ଭୁଲ ପାଇଁ ଆଲୋଚନା ହୋଇଥିବା ସେ କହିଛନ୍ତି । ବୈଠକରେ ଯୋଗଦେଇଥିବା ୫ ଜଣ ପଞ୍ଜିକାର ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶ କରିବାକୁ ଅନୁରୋଧ ହୋଇଛି ।
କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରୀପାଠୀକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ମହାବିଷୁବ ସଂକ୍ରାନ୍ତି ଠାରୁ ସମସ୍ତ ଯାନିଯାତ୍ରା ଆରମ୍ଭ ହୋଇଥାଏ । ୨୦୨୫ରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ବିଭିନ୍ନ ପର୍ବ ପର୍ବାଣିକୁ ନେଇ ନ୍ଦ୍ବନ୍ଦ୍ବ ଦେଖାଯାଇଥିଲା । ତେବେ ୨୦୨୭ ମସିହା ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ଓ ପର୍ବପର୍ବାଣି ପ୍ରସ୍ତୁତ ହୋଇଛି । ଯେପରି କୌଣସି ପ୍ରକାର ତ୍ରୁଟି ନରୁହେ ସେନେଇ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରଦାନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।