ଭୁବନେଶ୍ୱର: ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ୧ ତାରିଖରେ ସରକାରୀ ଛୁଟି ଘୋଷଣା କରିଥିଲେ । ନୂଆଁଖାଇ ପଶ୍ଚିମ ଓଡିଶାର ମୁଖ୍ୟ ଗଣ ପର୍ବ ହୋଇଥିବାରୁ ରାଜ୍ୟ ସରକାର ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ୱଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସମ୍ବଲପୁର ସ୍ଥିତ ଆରଡିସିଙ୍କ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ନୂଆଁଖାଇ ପରଦିନକୁ ମଧ୍ୟ ଆଞ୍ଚଳିକ ଛୁଟି ଘୋଷଣା କରିଛନ୍ତି।
ଆରଡିସିଙ୍କ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ୨ ତାରିଖକୁ ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଓ ବରଗଡ ଜିଲ୍ଲା ପାଇଁ ବି ଆଉ ଏକ ନିର୍ଦ୍ଦେଶନାମାରେ ୨ ତାରିଖ ଛୁଟି ଘୋଷଣା କରାଯାଇଛି। ଫଳରେ ଗତକାଲି ରାଜ୍ୟ ସରକାର ନେଗୋସିଏବୁଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ବଳରେ ନୂଆଁଖାଇକୁ ଛୁଟି ଘୋଷଣା କରିଥିଲେ। ଏବେ ଆରଡିସିଙ୍କ ସୁପାରିଶରେ ଝାରସୁଗୁଡ଼ା ସମେତ ସମ୍ବଲପୁର ଓ ବରଗଡ ଜିଲ୍ଲାକୁ ନୂଆଁଖାଇ ପରଦିନ ୨ ତାରିଖକୁ ବି ଆଞ୍ଚଳିକ ଛୁଟି ଭାବେ ଘୋଷଣା କରାଯାଇଛି।
Comments are closed.