Latest Odisha News

BREAKING NEWS

Special OTET Exam: ଆସନ୍ତା ୨୭ରେ ସ୍ପେଶାଲ୍ ଓଟିଇଟି ପରୀକ୍ଷା; ବଦଳି ନାହିଁ ପରୀକ୍ଷା କେନ୍ଦ୍ର

କଟକ: ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୧୭ରୁ www.bseodisha.ac.in ୱେବ୍‌ସାଇଟରେ ଉପଲବ୍ଧ ହେବ ଆଡ୍‌ମିଟ କାର୍ଡ । ପରୀକ୍ଷା କେନ୍ଦ୍ର ବଦଳି ନ ଥିବା BSE ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାମୁତାବକ, ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଓ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂ ହେବ ।

ରାଜ୍ୟର ୭୫ ହଜାର ୪୦୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଓଟିଇଟି ପରୀକ୍ଷା ଦେବେ । ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ପାଇଁ ସ୍ଥଗିତ ଥିଲା OTET ପରୀକ୍ଷା ।

Comments are closed.