Latest Odisha News

ଶ୍ରୀମନ୍ଦିରରେ ଭିଡ଼ ନେଇ କଟକଣା

ପୁରୀ : ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଲାଗିବ ଭିଡ଼ । ଏନେଇ ଏବେଠାରୁ କଟକଣା । ମହାପ୍ରସାଦ ନେବା ପାଇଁ ଭକ୍ତଙ୍କ ବେଶ ଭିଡ଼ ହୋଇ ଥାଏ । ତେବେ କୋଭିଡ ସମୟରେ କିଭଳି ଭକ୍ତଙ୍କ ଗହଳି କମ ରହିବ ଏବଂ ଶୃଙ୍ଖଳିତ ଭାବେ ସମସ୍ତେ ମହା ପ୍ରସାଦ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି।

ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାର ରେ ୧୦ଟି ଲେଖାଏ କାଉଣ୍ଟର ରହିବ। ସେଠାରେ ଲୋକ ମାନେ ଆସି ଟୋକନ କାଟି ମହାପ୍ରସାଦ ନେଇ ପାରିବେ। ପ୍ରବଳ ଗରମ ଓ ଗୁଳୁଗୁଳି କୁ ଦୃଷ୍ଟିରେ ରଖାଯାଇ ଅସ୍ଥାୟୀ ସେଡ଼ ସମେତ ପାନୀୟ ଜଳର ବ୍ୟବସ୍ଥା ରହିଛି। ସେହିପରି ପାର୍କିଂ ପାଇଁ ସ୍ଥାନ ଚିନ୍ହଟ କରାଯାଇଛି। କେଉଁଠି ବ୍ୟାରିକେଡ ରହିବ, କିଭଳି ଗହଳି ନିୟନ୍ତ୍ରଣ କରିହେବ , କିଭଳି କୋଭିଡ ଗାଇଡ଼ ଲାଇନ ଅନୁପାଳନ ହେବ ସେ ନେଇ ପୁରୀ ଏସପି ପରିଦର୍ଶନ କରିବା ସହ ତଦାରଖ କରିଛନ୍ତି ।

ତେବେ ଶୃଙ୍ଖଳା ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ମହା ପ୍ରସାଦ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି।। ସବୁକିଛି କୋଭିଡ କଟକଣା ଭିତରେ ହେବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି।

Comments are closed.